ନୂଆଦିଲ୍ଲୀ, ୧୯/୯ : ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ ମାଗିଲେ କ୍ଷମା । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଯେ କେହି ବି ଏହି କଥା ଶୁଣିବ ଭାବିବ ଏମିତି କ’ଣ କଲେ ଯେଉଁଥି ପାଇଁ ବିଗ୍ ବିଙ୍କୁ କ୍ଷମା ମାଗିବାକୁ ପଡ଼ିଲା । ଆଜ୍ଞା ହଁ କଥାଟା ନିରାଟ ସତ୍ୟ । ଅମିତାଭ ବଚ୍ଚନ ନିକଟରେ ସ୍ବଚ୍ଛ ଭାରତ ଅଭିଯାନ ଲାଗି ଏକ ଭିଡ଼ିଓ ସେୟାର କରିଥିଲେ । ସେଥିରେ ସେ ମରାଠୀରେ କଥା ହୋଇଥିବା ଦେଖାଯାଇଥିଲା । କିନ୍ତୁ ଏକ ଶଦ୍ଦର ଭୁଲ୍ ଉଚ୍ଚାରଣ ହୋଇଥିଲା । ଏହାପରେ ଯେତେବେଳେ ତାଙ୍କୁ ନିଜ ଭୁଲ୍ ଜଣାପଡ଼ିଲା ତ ସେ ଫ୍ୟାନ୍ସଙ୍କ ଲାଗି ଏକ ନୂଆ ଭିଡ଼ିଓ ସେୟାର କରିଛନ୍ତି । ସେ ସମସ୍ତଙ୍କୁ ଭୁଲ୍ ମାଗିଛନ୍ତି ଏବଂ ଭୁଲ୍ ସୁଧାରିବାର କଥା ମଧ୍ୟ କହିଛନ୍ତି ।
ନିକଟରେ ଅମିତାଭ ବଚ୍ଚନ ଫ୍ୟାନ୍ସଙ୍କୁ ସଚେତନ କରିବାକୁ ଏକ ଭିଡ଼ିଓ ସେୟାର କରିଥିଲେ । ଯେଉଁଠାରେ ସେ ଫ୍ୟାନ୍ସଙ୍କୁ ସ୍ବଚ୍ଛତାକୁ ନେଇ ସଚେତନତା କରୁଥିଲେ । କିନ୍ତୁ ଏହି ଭିଡ଼ିଓରେ ସେ ‘ଅଳିଆ’ ଶଦ୍ଦର ଭୁଲ୍ ଉଚ୍ଚାରଣ କରିଥିଲେ । ମରାଠୀରେ ଏହି ଶଦ୍ଦର ଉଚ୍ଚାରଣ ଭୁଲ୍ ହୋଇଥିଲା ।
ଏହାପରେ ତାଙ୍କ ବନ୍ଧୁ ସୁଦେଶ ଭୋସେଂଲ ତାଙ୍କୁ ଶଦ୍ଦର ଭୁଲ୍ ଉଚ୍ଚାରଣ ବିଷୟରେ କହିଥିଲେ । ତାଙ୍କୁ ଯେଭଳି ଭାବେ ଭୁଲ ଜଣାପଡ଼ିଥିଲା ତ ସେ ଏହାକୁ ସୁଧାରିଥିଲେ । ନୂଆ ଭିଡ଼ିଓ ସେୟାର କରି ବିଗ୍ ବି କହିଥିଲେ କି, ମୋତେ ଜଣେ ମୋର ବନ୍ଧୁ କହିଥିଲେ କି, ‘ମୁଁ ‘ଅଳିଆ’ ଶଦ୍ଦର ମରାଠୀରେ ଭୁଲ୍ ଉଚ୍ଚାରଣ କରିଛି । ଏଥିଲାଗି ମୁଁ ପୁଣି ଥରେ ଭିଡ଼ିଓ ନୂଆ କରି କରିଛି । ନିଜ ଭୁଲ୍ ସୁଧାରୁଛି । ’