ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ବିଗ୍‌ ବିଙ୍କ ଆଞ୍ଜିଓପ୍ଲାଷ୍ଟି ସର୍ଜରି ଗୁଜବ, ନିଜେ ସୂଚନା ଦେଲେ ଅଭିନେତା

ମୁମ୍ବାଇ ୧୭/୦୩: ବିଗ୍‌ ବିଙ୍କ ଆଞ୍ଜିଓପ୍ଲାଷ୍ଟି ସର୍ଜରି ଖବର ମିଛ । ନିଜେ ଅମିତାଭ ଏହି ସୂଚନା ଦେଇଛନ୍ତି । ଗତ ଶୁକ୍ରବାର ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରି ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ରିପୋର୍ଟ ଅନୁସାରେ, ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଏକ ଗୋଡ଼ରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିବା ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏହି ଖବର ପରେ ଫ୍ୟାନ୍‌ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାବ୍ୟକ୍ତ କଲେ ।




ତେବେ ସେହିଦିନ ଥାନେର ଦାଦୋଜୀ କୋଣ୍ଡାଦେବ ଷ୍ଟାଡିୟମ୍‌ରୁ ବାହାରକୁ ବାହାରୁଥିବା ଅମିତାଭଙ୍କର ଏକ ଭିଡିଓ ସାମ୍ନାକୁ ଆସିଲା । ମାଝୀ ମୁମ୍ବାଇ ଓ ଟାଇଗର୍ସ ଅଫ୍‌ କୋଲକାତା ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ଷ୍ଟ୍ରିଟ୍‌ ପ୍ରିମିୟର ଲିଗ୍‌ରେ ସେ ଯୋଗ ଦେଇଥିଲେ । ଭିଡିଓରେ ଜଣେ ଗଣମାଧ୍ୟମ ପ୍ରତିନିଧି ଅମିତାଭଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ । ଏହାର ଜବାବରେ ବିଗ୍‌ ବି କହିଥିଲେ ‘ମୁଁ ସୁସ୍ଥ ଅଛି । ମିଛ ଖବର’ । ଏଥିରୁ ଅମିତାଭଙ୍କ ଆଞ୍ଜିଓପ୍ଲାଷ୍ଟି ଖବର ଗୁଜବ ବୋଲି ପ୍ରମାଣିତ ହେଲା । ମ୍ୟାଚ୍‌ ପରେ ଅମିତାଭ ଏକ ବ୍ଲଗ୍‌ରେ ନିଜ ବିଚାର ଶେୟାର କରିଥିଲେ । ଅପ୍‌କମିଙ୍ଗ ଫିଲ୍ମ ‘କଲ୍‌କୀ ଏଡି ୨୮୯୮’ରେ ଦୀପିକା ପାଦୁକୋନ ଓ ପ୍ରଭାସଙ୍କ ସହ ନଜର ଆସିବେ ବିଗ୍‌ ବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.