ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଅନନ୍ତ-ରାଧିକା ସଂଗୀତ ସେରିମନି, ୟୁଲିଆଙ୍କ ସହ ଠୁମକା ଲଗାଇଲେ ସଲମାନ

ମୁମ୍ବାଇ,୭/୭: ଚର୍ଚ୍ଚାରେ ରହିଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟଙ୍କ ବିବାହ । ଏହା ପୂର୍ବରୁ ହୋଇଥିବା ସଂଗୀତ ସେରିମନି ମଧ୍ୟ ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସଙ୍ଗୀତ ସେରିମନିରେ ଅନେକ କଳାକାର ଯୋଗ ଦେଉଥିବା ବେଳେ ଭାଇଜାନ ସଲମାନ ଖାନ ଓ ୟୁଲିଆ ୱନ୍ତୁରଙ୍କ ଅନ୍ଦାଜକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଅମ୍ବାନିଙ୍କ ସଂଗୀତ କାର୍ଯ୍ୟକ୍ରମରେ ଠୁମକା ଲଗାଇ ଏହି ଯୋଡି ଚାରଚାନ୍ଦ ଲଗାଇଛନ୍ତି । 'ଓ ଓ ଜାନେ ଯାନା' ଗୀତରେ ଡ୍ୟାନ୍ସ କରିଥିବାର ନଜର ଆସିଛନ୍ତି ସଲମାନ ଓ ୟୁଲିଆ । ହାତରେ ଗ୍ଲାସ ଧରି ସଲମାନ ୟୁଲିଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଭାଇଜାନଙ୍କ ଫ୍ୟାନ୍ସମାନେ ଏହି ଭିଡିଓରେ ଅନେକ କମେଣ୍ଟ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ସଲମାନଙ୍କ ଡ୍ୟାନ୍ସ ଭିଡିଓରେ ଜଣେ ଫ୍ୟାନ କମେଣ୍ଟ କରି ଲେଖିଛନ୍ତି, କ୍ୟା ବାତ୍ ହୈ ଭାଇଜାନ' । ଆଉ ଜଣେ ୟୁଜର ଲେଖିଛନ୍ତି,'ଆପ କୀ ଯୋଡି କମାଲ କୀ ହୈ' । କହିରଖୁଛୁ, ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ମୁକେଶ ଅମ୍ବାନିଙ୍କ ଲାଡଲା ଅନନ୍ତ ଅମ୍ବାନିଙ୍କ ଗ୍ରାଣ୍ଡ ୱେଡିଂ । ଏହି ଉତ୍ସବରେ ସାମିଲ ହେବାକୁ ବହୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତା ଓ ନାମୀ ବ୍ୟବସାୟୀମାନେ ସାମିଲ ହୋଇଛନ୍ତି । ସେପଟେ ଶୁକ୍ରବାର ହୋଇଥିବା ଏହି ସଂଙ୍ଗୀତ ସେରିମନିରେ ନୀତା ଅମ୍ବାନୀ ବିଶ୍ବକପ ଚମ୍ପିଆନ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଷ୍ଟେଜକୁ ଡାକି ସମ୍ବର୍ଦ୍ଧିତ କରିବା ସହ ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.