ପ୍ରମୁଖ ଖବର
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

କୋଟାରେ ଥମୁନି ଛାତ୍ରଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ବାପାଙ୍କୁ ମାଗିଲେ କ୍ଷମା

କୋଟା- ରାଜସ୍ଥାନର କୋଟାକୁ ସାରାଦେଶରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ପରୀକ୍ଷାର ପ୍ରସ୍ତୁତି ପାଇଁ ଯାଇଥା'ନ୍ତି। କିନ୍ତୁ ସେଠାରେ ଆତ୍ମହତ୍ୟାର ଘଟଣା ଯେମିତି ଥମିବାର ନା ହିଁ ନେଉ ନାହିଁ। ମଙ୍ଗଳବାର ( ୩୦ ଅପ୍ରେଲ)ରେ ଆଉ ଜଣେ ଛାତ୍ର ଏଠାରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବିକ, ଛାତ୍ର ଜଣଙ୍କ କୋଟାରେ ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଛାତ୍ରଙ୍କ ମୃତଦେହ ତାଙ୍କର ରୁମ୍‌ରେ ଝୁଲୁ ଥିବାର ମିଳି ଥିଲା। ଛାତ୍ର ଜଣଙ୍କ ସୁଇସାଇଡ୍ ନୋଟ୍‌ରେ ଏମିିତି ପଦକ୍ଷେପ ପାଇଁ ନିଜର ପିତାଙ୍କୁ କ୍ଷମା ମାଗିଛନ୍ତି। କହି ରଖୁଛୁ କି , ଚଳିତ ବର୍ଷ ଜାନୁୟାରୀରୁ ଅପ୍ରେଲ ଯାଏ କୋଟାରେ ମୋଟ ୧୦ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। 

ସରି ପାପା ମୁଁ …

ମୃତକ ଛାତ୍ରଙ୍କର ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ସାମନାକୁ ଆସିଛି। ଏଥିରେ ଛାତ୍ର ଜଣଙ୍କ ଲେଖିଛନ୍ତି, ମୋତେ କ୍ଷମା କରିଦିଅ ପାପା…ମୁଁ ଏହି ବର୍ଷ ମଧ୍ୟ କରି ପାରିଲିନି । ହଳଦିଆ ରଙ୍ଗର କାଗଜରେ ମୃତକ ଜଣଙ୍କ ଏକ ଉଦାସ ଚେହେରା ବି କରିଛନ୍ତି।

ସୂଚନା ଆଧାରରେ , ଛାତ୍ର ଜଣଙ୍କ ଅତ୍ୟଧିକ ମାନସିକ ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି। ମୃତକ ଛାତ୍ରଙ୍କ ନାଁ ଭରତ। ସେ ଧୌଲପୁର ନିବାସୀ, ଯିଏ କୋଟାରେ ରହି ନିଟ୍‌ ପ୍ରସ୍ତୁତି କରୁଥିଲେ। ଛାତ୍ର ଜଣଙ୍କ ତଲୱଣ୍ଡି ଅଞ୍ଚଳରେ ହଷ୍ଟେଲରେ ରହୁଥିଲେ। ସୂଚନା ପାଇ ଜବାହର ନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ଏବଂ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ବର୍ତ୍ତମାନ ସୁଦ୍ଧା ଯାଞ୍ଚରେ ସାମନାକୁ ଆସିଛି କି ଛାତ୍ର ଜଣଙ୍କ ନିଜର ରୁମ୍‌ରେ ଫାଶି ଲଗେଇ ଆତ୍ମହତ୍ୟା କରିଛି। 

ଉଲ୍ଲେଖନୀୟ ଯେ, କୋଟାରେ ଗତ ଦୁଇ ଦିନ ଭିତରେ ନିଟ୍‌ ପ୍ରସ୍ତୁତି କରୁଥିବା ଦୁଇ ଜଣ ଛାତ୍ର ସୁଇସାଇଡ୍‌ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ହିଁ ହରିଆଣାର ରୋହତକ ନିବାସୀ ସୁମିତ ଫାଶି ଲଗେଇ ଆତ୍ମହତ୍ୟା କରିଥିଲେ। ଆସନ୍ତା ମାସ ମେ ୫ରେ ତାଙ୍କର ନିଟ୍‌ ପରୀକ୍ଷା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.