ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ସଫଳ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନିଙ୍କୁ ବିବେଚନା କରାଯାଏ। ତାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ୩ ଟି ଆଇସିସି ଟ୍ରଫି ଜିତିଥିଲା। ଏହି ସଫଳତା ହେତୁ ଧୋନିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା।ଧୋନିଙ୍କ ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ଆପଣ ସୋସିଆଲ ମିଡିଆରେ ଅନେକ ଥର ଦେଖିଥିବେ, କିନ୍ତୁ ଏଥର ତାଙ୍କର ପ୍ରଥମ ଚାକିରିର ନିଯୁକ୍ତି ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।
The first appointment letter of MS Dhoni. (JioCinema). pic.twitter.com/nrr53fDbhB
— Mufaddal Vohra (@mufaddal_vohra) February 25, 2024
ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହା ଏକ ସାଧାରଣ ଫଟୋ ନୁହେଁ, ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଥମ ଚାକିରିର ନିଯୁକ୍ତି ପତ୍ର। ବହୁ ଲୋକ ଜାଣନ୍ତି ଯେ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଥମ ଚାକିରୀ ରେଲଓ୍ବେରେ ହୋଇଥିଲା। ଯେଉଁମାନେ ପୂର୍ବରୁ ଏହା ବିଷୟରେ ଅବଗତ ନଥିଲେ ସେମାନେ ଧୋନିଙ୍କ ଉପରେ ନିର୍ମିତ ଫିଲ୍ମ ଦେଖିବା ପରେ ଜାଣି ପାରିଛନ୍ତି। ଧୋନିଙ୍କ ଉପରେ ନିର୍ମିତ ଏହି ଫିଲ୍ମରେ ଦେଖାଯାଇଥିଲା ସେ ନିଜ ଜୀବନର ପ୍ରଥମ ଚାକିରୀ ରେଲଓ୍ବେ ପାଇଁ ଖଡଗପୁରରୁ କରିଥିଲେ। କିନ୍ତୁ ଏଥିରେ ସନ୍ତୁଷ୍ଟ ନ ଥିବାରୁ ସେ ଏହି ଚାକିରି ଛାଡିଥିଲେ। ଏହା ପରେ ସେ କ୍ରିକେଟ୍ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ ଏବଂ ଏହା ପରର ଇତିହାସ ସମସ୍ତେ ଜାଣନ୍ତି।
ଏହି ଫଟୋ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଏକ୍ସରେ @mufaddal_vohra ନାମକ ପେଜ୍ରେ ସେୟାର କରାଯାଇଛି। ପୋଷ୍ଟ ସହିତ କ୍ୟାପସନ୍ରେ ଲେଖା ହୋଇଛି, ଏମ୍ ଏସ୍ ଧୋନିଙ୍କ ପ୍ରଥମ ନିଯୁକ୍ତି ପତ୍ର। ଏହି ପୋଷ୍ଟକୁ ଦେଖିବା ପରେ କିଛି ୟୁଜର ତାଙ୍କର ଉଲ୍ଲେଖନୀୟ ଯାତ୍ରାର ପ୍ରତୀକକୁ ପ୍ରଶଂସା କରିଛନ୍ତି।