ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ପାଳିତ

ପୁରୀ, ୧୬/୪ : ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ଚୈତ୍ର ଶୁକ୍ଳ ଅଷ୍ଟମୀ ‘ଅଶୋକାଷ୍ଟମୀ’ ରୂପେ ଅଭିହିତ । ଏଥରେ ଅଶୋକକଳିକାର ପ୍ରାଧାନ୍ୟ ହେତୁ ଏପରି ନାମକରଣ ସମାଚୀନ। ଏହି ଦିବସରେ ଦେବ ଦେବ ମହାଦେବଙ୍କ ଠାରେ ଅଶୋକକଳିକା ମଣୋହି ପୂର୍ବକ ତାକୁ ସେବନ କରିବାର ବିଧି ଧର୍ମଶାସ୍ତ୍ର ସମ୍ମତ। ଚୈତ୍ର ମାସ ପୁନର୍ବସୁ ନକ୍ଷତ୍ର ଯୁକ୍ତ ଶୁକ୍ଳାଷ୍ଟମୀରେ ଯେଉଁମାନେ ଅଷ୍ଟ ଅଶୋକକଳିକା ସେବନ କରନ୍ତି ସେମାନେ ଶୋକଗ୍ରସ୍ତ ହୁଅନ୍ତି ନାହିଁ। 

ବର୍ଷକରେ ଅଶୋକାଷ୍ଟମୀ ଏପରି ଏକ ତିଥ୍ୟ ଯେଉଁଥିରେ ହର, ହରି ଏବଂ ଦେବୀ ଦୁର୍ଗାଙ୍କର ଯୁଗପତ୍ ପର୍ବ ଅନୁଷ୍ଠିତ ହୁଏ। ବାସନ୍ତକଦୁଗୌତ୍ସବ ଚୈତ୍ରଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ଏଥିରେ ଅଷ୍ଟମୀ ଦିନଟି ବାସନ୍ତିକ ମହାଷ୍ଟମୀ ଅଟେ, ଯେଉଁଥିରେ ବିଶେଷ ପୂଜାର୍ଚ୍ଚନା କରାଯାଏ । ଶ୍ରୀରାମନବମୀର ପୂର୍ବତିଥ ହେତୁ ଏହା ଗୁରୁତ୍ବପୂର୍ଣ୍ଣ ଯେଉଁଥ‌ିରେ ଶ୍ରୀଜଗନ୍ନାଥରୂପୀ କୌଶଲ୍ୟାଙ୍କ ଗର୍ଭକଷ୍ଟ ନିବାରକ ଜେଉଡ଼ ବା ଜେଉଟ ଭୋଗ ସମର୍ପିତ ହୁଏ । ଶ୍ରୀମନ୍ଦିରରେ ଏହି ତିଥିରେ ସକାଳ ଧୂପ ସରିବାପରେ ଭଣ୍ଡାର ଲୋକନାଥଙ୍କୁ ମହାଜନ ସେବକମାନେ ହସ୍ତରେ ବିଜେ କରି ଝୁଲଣମଣ୍ଡପ ତଳେ ସ୍ଥିତ ପାଲିଙ୍କିରେ ସ୍ଥାପନ କରନ୍ତି । ସେବକମାନଙ୍କ ଦ୍ଵାରା ଘଣ୍ଟଛତ୍ର କାହାଳୀ ବାଦନ ସହ ପାଲିଙ୍କିକୁ ବିମାନ ବଡୁ ସେବକମାନେ ବହନ କରି ଶ୍ରୀ ଈଶାନେଶ୍ଵର ମନ୍ଦିରକୁ ଯାଇଥାଆନ୍ତି । କୂର୍ମବେଢା ଉତ୍ତର ଦିଗ ଭିତର ଗୁମୁଟରେ ହସ୍ତୀ ପାର୍ଶ୍ଵରେ ଐଶାନ୍ୟ କୋଣରେ ଐଶାନେଶ୍ଵର ମହାଦେବ ବିଜେ କରିଅଛନ୍ତି । ଜନଶ୍ରୁତି ଅନୁସାରେ ଐଶାନେଶ୍ଵର ଶ୍ରୀଜଗନ୍ନାଥଙ୍କ ଈଶାନ ବା ଗୁରୁ ରୂପେ ବିଦିତ । ଆଶୋକାଷ୍ଟମୀରେ ଐଶାନେଶ୍ଵରଙ୍କ ଗର୍ଭଗୃହକୁ ଶ୍ରୀ ଲୋକନାଥ ବିଜେ କରିବା ପରେ ଭିତରଚ୍ଛ ମହାପାତ୍ର ସେବକ ଐଶାନେଶ୍ଵରଙ୍କୁ ଅଶୋକକଳିକା, ପୁଷ୍ଯମାଲାଦି ଲାଗି କଲା ପରେ ସେଗୁଡିକୁ ଆଣି ଶ୍ରୀଲୋକନାଥଙ୍କୁ ଅଳଂକୃତ କରନ୍ତି । ଏହାପରେ ଶ୍ରୀ ଲୋକନାଥଙ୍କୁ ପୁନଃ ପାଲିଙ୍କିରେ ଅଧ୍ୟଷ୍ଠିତ କରାଯାଇ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଏ । ସେଠାରେ ଶ୍ରୀଲୋକନାଥଙ୍କର ଭୋଗ, ବନ୍ଦାପନା, ଅଶୋକକଳିକା ମଣୋହି ଆଦି ନୀତି ସମାପ୍ତ ହେବାପରେ ତାଙ୍କୁ ବାହୁଡା ବିଜେ କରାଯାଇ ଭଣ୍ଡାର ଘରେ ସଂସ୍ଥାପିତ କରାଯାଏ । 

ଅଶୋକାଷ୍ଟମୀ ରାତ୍ରିରେ 

ସନ୍ଧ୍ୟାଧୂପ ପରେ ପାଣି ପଡ଼ି ଧୋ ପଖାଳ ହେବା ପରେ ଟେରା ବନ୍ଧାଯାଏ । ପ୍ରତିହାରୀ ସେବକ ରୋଷରୁ ଜେଉଡ଼ ଭୋଗ ଡାକିବା ନିମିତ୍ତ ଯାଇଥାଆନ୍ତି । ଭୋଗ ଆସିବା ପରେ ପୂଜାପଣ୍ଡା ସେଗୁଡିକୁ ପଞ୍ଚୋପଚାରରେ ନିବେଦିତ କରିଥାଆନ୍ତି । ଏହାପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ବନ୍ଦାପନା କରିବା ସହ ମହାପ୍ରଭୁଙ୍କ ବାଡ଼ରେ ଗର୍ଭଉଦକ ବନ୍ଦାପନା କରିଥାଆନ୍ତି । ସ୍ବାଦିଷ୍ଟ ଜେଉଡ଼ ଭୋଗ ଗର୍ଭବତୀ କୌଶଲ୍ୟାରୂପୀ ଶ୍ରୀଜଗନ୍ନାଥଙ୍କୁ ଗର୍ଭକଷ୍ଟ ନିବାରଣ ନିମିତ୍ତ ସମର୍ପିତ ହୁଏ । ଶ୍ରୀଜଗନ୍ନାଥ ‘ତ୍ୱମେବ ମାତା ଚ ପିତା ତ୍ୱମେବ’ ଅନୁସାରେ ମାତା ରୂପେ କଳ୍ପିତ ହୁଅନ୍ତି ପୁନଃ ସେ ପୁତ୍ରରୂପେ ଆବିର୍ଭୁତ ହୁଅନ୍ତି । ଏହା ମହାପ୍ରଭୁଙ୍କ ରହସ୍ୟମୟୀ ଲୀଳା । 

ଜେଉଡ଼ ସହ ଏହି ଭୋଗରେ ଶାଗ, ତରକାରୀ, ପିଠା, ଝିଲ୍ଲି, ସାନ ଆରିସା, ଓରିଆ, କ୍ଷୀରା ଆଦି ଭୋଗ ପ୍ରଦତ୍ତ ହୁଏ । ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ ଅଛି – ‘ସର୍ବରୂପମ ହୋଷ ସର୍ବମନ୍ତ୍ରମଶଃ ପ୍ରଭୁ’ ସେ ସବୁ ରୂପରେ ଆବିର୍ଭୂତ ହୁଅନ୍ତି । ତାଙ୍କ ଲୀଳା ଅକଳ୍ପନୀୟା । ‘ସର୍ବଂ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାନନ୍ତି କୁତୋ ମନୁଷ୍ୟ।’


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.