ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଗିରିରାଜ ସିଂହଙ୍କ ଉପରେ ବେଗୁସରାୟରେ ଆକ୍ରମଣ ; ରାହୁଲ ଗାନ୍ଧୀ, ତେଜସ୍ବୀ ଏବଂ ଅଖିଳେଶଙ୍କୁ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ,୩୧/୮ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ । ବେଗୁସରାୟର ବଲିୟାରେ ଆକ୍ରମଣ ହୋଇଛି । ସେ ବଲିୟାରେ ଜନତା ଦରବାର ହଲରୁ ଯେତେବେଳେ ବାହାରୁଥିଲେ ଜନୈକ ଯୁବକ ଆକ୍ରମଣ କରିଥିଲେ । ଗିରିରାଜ ସିଂହ ବେଗୁସରାୟର ସାଂସଦ ଅଟନ୍ତି । ଆକ୍ରମଣରେ କେନ୍ଦ୍ରମନ୍ତ୍ରୀଙ୍କୁ କୌଣସି ପ୍ରକାରର ଆଘାତ ଲାଗିନାହିଁ । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଗିରିରାଜ ସିଂହ ଗଣାମଧ୍ୟମକୁ କହିଛନ୍ତି କି, ଏହା ଦୁଃଖଦ ଘଟଣା ଅଟେ । ହୋଇପାରେ ଅଭିଯୁକ୍ତର ଚେହେରା ସାମ୍ନାକୁ ଆସିବା ପରେ ତେଜସ୍ବୀ ଏବଂ ଅଖିଳେଶ ଯାଦବ ତାଙ୍କ ସମର୍ଥନରେ ବାହାରିବେ । ଅଭିଯୁକ୍ତକୁ ପୋଲିସ ହେପାଜତକୁ ନେଇ ଯାଇଛି । ଏହା ମଧ୍ୟରେ ଗିରିରାଜ ସିଂହଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ଗିରିରାଜ ସିଂହ ଆଗକୁ ଯାତ୍ରା ପାଇଁ ବାହାରି ଯାଇଛନ୍ତି ।

ପ୍ରକାଶ ଯେ, ଗିରିରାଜ ସିଂହ ବଲିୟାରେ ଜନତା ଦରବାରରେ ଲୋକଙ୍କ ସମସ୍ୟା ଶୁଣୁଥିଲେ । ଠିକ୍ ସେତେବେଳେ ଧଳା ଟୋପୀ ପିନ୍ଧି ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ । ମାଇକ‌ରେ ଯାଇ ବହୁ ଏପଟସେପଟ କଥା କହିଥିଲେ । ବିଜେପି କାର୍ଯ୍ୟକର୍ତ୍ତା ଯାଇ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ ତ ଗିରିରାଜ ସିଂହଙ୍କ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ ଏବଂ ତାଙ୍କୁ ମୁଥ ମାରିବାକୁ ପ୍ରୟାସ କରିଥିଲେ । କିନ୍ତୁ ସେଠାରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ଧରି ନେଇଥିଲେ । ଯୁବକଙ୍କ ପରିଚୟ ମୋହମ୍ମଦ ସାଫି ବୋଲି ଜଣାପଡ଼ିଛି ଏବଂ ସେ ଓ୍ବାର୍ଡ଼ ପରିଷଦ ଥିବା କୁହାଯାଉଛି ।

ଆକ୍ରମଣ ପରେ ଗିରିରାଜ ସିଂହ କହିଛନ୍ତି କି ଏଭଳି ଲୋକଙ୍କୁ ଡରିବା ଆବଶ୍ୟକ ନାହିଁ । ଓ୍ବାକଫ ବୋର୍ଡ଼ ଯାଗା ହଡ଼ପ ଅଭିଯାନ ଚଲାଉଛି । ଯେଉଁ ସ୍ଥାନ ଉପରେ କବ୍ଜା କରିବାକୁ ଚାହୁଁଛି କରି ନେଉଛି । ବେଗୁସରାୟ ସହ ପୁରା ଦେଶରେ ଏଭଳି ଚାଲୁଛି । ରାହୁଲ ଗାନ୍ଧୀ, ତେଜସ୍ବୀ ଏବଂ ଅଖିଳେଶ ଯାଦବ ଭୋଟର ସୌଦାଗର ଅଟନ୍ତି ଏବଂ ସବୁବେଳେ ଏଭଳି ଲୋକଙ୍କୁ ବଞ୍ଚାଇବାକୁ ଆଗକୁ ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.