ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବ୍ୟାଙ୍କରେ ସିନ୍ଧି କରି ଲୁଟ୍ ଉଦ୍ୟମ ପଣ୍ଡ, ଷ୍ଟ୍ରଙ୍ଗ୍ ରୁମ୍ ଭାଙ୍ଗି ନପାରି ଫେରିଗଲେ ଚୋର

ଉଦଳା, ୧୪/୦୨ : ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ୍ କରିବାକୁ ଆସିଲେ। ସିନ୍ଧି କରି ବ୍ୟାଙ୍କ ଭିତରେ ପଶିଲେ, ହେଲେ ଲୁଟି ନପାରି ଅଧାରୁ ଫେରିଗଲେ। କପ୍ତିପଦା ଥାନା ଶାଳଚୁଆ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଏଭଳି ଘଟଣା ଘଟିଛି। 

ସୂଚନାନୁଯାୟୀ, ବୁଧବାର ସକାଳୁ କପ୍ତିପଦା ଥାନା ଶାଳଚୁଆ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥରେ ସିନ୍ଧି ହୋଇଥିବା ବ୍ୟାଙ୍କ କର୍ମଚାରୀ ଦେଖିବାକୁ ପାଇଥିଲେ। ପରେ ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ସଟର ଖୋଲିଥିଲେ। ସଟର ଖୋଲିବା ପରେ ସାମ୍ନାକୁ ଆସିଥିଲା ଲୁଟେରାଙ୍କ କାରସାଦି। ଲୁଟେରାମାନେ ବ୍ୟାଙ୍କ ପଛପାଖ କାନ୍ଥ ସିନ୍ଧି କରି ବ୍ୟାଙ୍କରେ ପଶିବା ପରେ ସିସିଟିଭି ଭାଙ୍ଗିଛନ୍ତି। ଏହା ପରେ ଲୁଟେରାମାନେ ଷ୍ଟ୍ରଙ୍ଗରୁମ ଚାବି ଭାଙ୍ଗିଥିଲେ ସୁଦ୍ଧା ଷ୍ଟ୍ରଙ୍ଗ ରୁମ ଖୋଲି ନପାରି ଫେରି ଯାଇଥିବା ପୋଲିସ ଜାଣିବାକୁ ପାଇଛି। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.