ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବର୍ଷାଙ୍କୁ ନିର୍ଯାତନା ଦେବା ମାମଲା: ଆତ୍ମସମର୍ପଣ କରିପାରନ୍ତି ଅଭିନେତା ଅନୁଭବ, ସୋମବାର ଜାରି ହୋଇଥିଲା NBW

କଟକ,୧୪/୦୫ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ମାମଲାରେ ନୂଆ ମୋଡ଼। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କରିପାରନ୍ତି ଆତ୍ମସମର୍ପଣ। ଖୁବ୍‌ଶୀଘ୍ର ଦୁଇ ସହଯୋଗୀଙ୍କ ସହ ଅନୁଭବ ମାହାନ୍ତି ସମର୍ପଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୋମବାର ପୁରୀଘାଟ ଥାନାରେ ମାମଲା ରୁଜୁ ହେବା ପରେ ଅନୁଭଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲୁ) ଜାରି ହୋଇଥିଲା । ଅଦାଲତଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଅନୁଭବ ହାଜର ନହେବାରୁ କଟକ ଜେଏମ୍‌ଏଫ୍‌ସି ତଥା ଏମ୍‌ପି/ ଏମ୍‌ଏଲ୍‌ଏ ସ୍ୱତନ୍ତ୍ର କୋର୍ଟ ଏନ୍‌ବିଡବ୍ଲୁ ଜାରି କରିଥିଲେ।  ଅଦାଲତଙ୍କ ଏଭଳି କଠୋର ପଦକ୍ଷେପ ଅନୁଭବଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। 

ଗତ ଶୁକ୍ରବାର ଅନୁଭବ ଓ ତାଙ୍କର ଦୁଇ  ସହଯୋଗୀଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ ପାଇଁ ଦିନ ଧାର୍ଯ୍ୟ  ହୋଇଥିଲା । ସେଥିପାଇଁ ଅନୁଭବଙ୍କୁ ବ୍ୟକ୍ତିଗତ  ହାଜର ଲାଗି ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।  କିନ୍ତୁ ଶୁକ୍ରବାର ଅନୁଭବ ହାଜର ନହୋଇ ସମୟ ଦେବାକୁ ପ୍ରାର୍ଥନା କରି ଏକ ଟାଇମ୍‌ ପିଟିସନ୍‌ ଦାଏର କରିଥିଲେ । କୋର୍ଟ ଅନୁଭବଙ୍କୁ ସମୟ ଦେବା ସହ ସୋମବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୋମବାର ବି ଅନୁଭବ ଅଦାଲତରେ ଉପସ୍ଥିତ ନହୋଇ ଆଇନଜୀବୀଙ୍କ ଜରିଆରେ ଏକ ଟାଇମ୍‌ ପିଟିସନ୍‌ ଫାଇଲ୍‌ କରିଥିଲେ । ଏହି ଟାଇମ୍‌ ପିଟିସନ୍‌କୁ ସ୍ୱତନ୍ତ୍ର ଅଦାଲତ ଖାରଜ କରିବା ସହ ତାଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି କରିଥିଲେ କୋର୍ଟ  । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.