ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୁସିଆର୍ ! ସୂର୍ଯ୍ୟମନ୍ଦିରରେ ମାତିଛନ୍ତି ମହୁମାଛି, ପର୍ଯ୍ୟଟକଙ୍କୁ କରୁଛନ୍ତି ଆକ୍ରମଣ

କୋଣାର୍କ ,୧୮।୩ : ହୁସିଆର ସୂର୍ଯ୍ୟମନ୍ଦିରରେ ମାତିଛନ୍ତି ବାଘୁଆ ମହୁମାଛି। ଏହି ମହୁମାଛି ଆକ୍ରମଣରେ ଶତାଧିକ ପର୍ଯ୍ୟଟକମାନେ ଆହତ ହୋଇଛନ୍ତି। ସୋମବାର ମହୁମାଛି ଆକ୍ରମଣରୁ ବଞ୍ଚିବା ପାଇଁ ପର୍ଯ୍ୟଟକମାନେ  ବିକଳରେ ମନ୍ଦିର ଭିତରୁ ଦୈାଡି ପଳାଇ ଆସିଥିଲେ। ଅଧିକାଂଶ ପର୍ଯ୍ୟଟକ ଟିକେଟ କରି ମନ୍ଦିର ବୁଲି ନପାରି ନିରାଶ ମନରେ ଫେରିଯାଇଛନ୍ତି। ଏଏସଆଇ ବିଭାଗର ଅପାରଗତା ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା ଅଭିଯୋଗ କରିଛନ୍ତି ପର୍ଯ୍ୟଟକ।

ଦିନ ପାଖାପାଖି ୧ଟା। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ କୋଣାର୍କ ମନ୍ଦିର ଭିତରେ ବୁଲୁଥିବା ସମୟରେ ଜଗମୋହନରେ ବଡ଼ ମହୁଫେଣାରୁ ହଠାତ୍ ମହୁମାଛିମାନେ ବାହାରି ପର୍ଯ୍ୟଟକମାନଙ୍କୁ ଗୋଡେଇ ମାରିଥିଲେ। ଏଏସଆଇ କର୍ମଚାରୀ ଓ ସୁରକ୍ଷା କର୍ମୀ ନିରୁପାୟ ହୋଇ ଦେଖଣାହାରୀ ସାଜିଥିଲେ। ଏଏସଆଇର ଅପାରଗତା ଓ ତ୍ରୁଟିପୂର୍ଣ୍ଣ ପରିଚାଳନ ଯୋଗୁଁ କେତେବେଳେ ଟିକେଟକୁ ନେଇ ତ କେତେବେଳେ ମହୁମାଛି ଆକ୍ରମଣ ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.