ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଜୟପୁର ଉପକଣ୍ଠରେ ପୁଣି ଭାଲୁ ଆତଙ୍କ, କାବୁ କରି ପାରିଲାନି ବନ ବିଭାଗ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ

ଜୟପୁର, ୧୮/୦୯ : ଜୟପୁର ଉପକଣ୍ଠରେ ପୁଣି ଭାଲୁ ଆତଙ୍କ । ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏକମ୍ବା ଗାଁ ଭିତରେ ପଶିଛି ଭାଲୁ । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖବର ପାଇ ଭାଲୁକୁ କାବୁ କରିବାକୁ ବନ ବିଭାଗର ଏକ ଟିମ୍ ଗାଁରେ ରାତି ସାରା ପଇଁତରା ମାରିଥିଲେ। ହେଲେ ଭାଲୁକୁ କାବୁ କରାଯାଇ ନାହିଁ। 

ସୂଚନାନୁଯାୟୀ, ଏକମ୍ବା ଗାଁ ଭିତରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଗାଁ ଭିତରକୁ ଭାଲୁ ପଶିଥିବା ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ତେବେ ଭୟଭୀତ ନହେବା ପାଇଁ ବନ ବିଭାଗ ଗାଁ ଲୋକଙ୍କୁ ପରାମର୍ଶ ଦେଇଛି। ଗତ ୪ ମାସ ତଳେ ବି ଭାଲୁ ଜୟପୁର ଏୟାରପୋର୍ଟ ଓ ରେଳ ଷ୍ଟେସନରେ ବୁଲୁଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ସେହି ସମୟରେ ଭାଲୁକୁ କାବୁ କରିବାକୁ ଉଦ୍ୟମ କରିଥିଲେ ବି ଭାଲୁ ସହର ଛାଡି ଜଙ୍ଗଲକୁ ଚାଲି ଯାଇଥିଲା।


PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.