ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

କୋହଲିଙ୍କ ପବ୍ ଉପରେ ବେଙ୍ଗାଲୁର ପୋଲିସର ଆକ୍ସନ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିବା ନେଇ ମାମଲା ରୁଜୁ

ନୂଆଦିଲ୍ଲୀ,୯/୭: ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଆସିଛି ବଡ଼ ଖବର ।  କୋହଲିଙ୍କର ମାଲିକାନାରେ ଥିବା ଏକ ପବ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା କୋହଲିଙ୍କର ୱାନ୮ କମ୍ୟୁନ ପବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିଲା । ତେଣୁ ପୋଲିସ ଏହି ପବ୍ ସମେତ ଅନ୍ୟ ପବ୍ ଉପରେ ମଧ୍ୟ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା ୱାନ୮ କମ୍ୟୁନ ପବ୍ କ୍ରିକେଟର କୋହଲିଙ୍କ ମାଲିକାନାରେ ରହିଛି । ପରିଚାଳନା ସମୟ ପରେ ଉକ୍ତ ପବ୍ ଖୋଲା ରହିଥିବା ନେଇ ଅଭିଯୋଗ ଆସିଛି । ଏନେଇ ପୋଲିସ ପକ୍ଷରୁ ୱାନ୮ କମ୍ୟୁନ୍ ପବ୍ ସମେତ ଅନ୍ୟ ପବ୍ ବିରୋଧରେ ଏଫଆଇଆର ଦାୟର କରାଯାଇଛି । ଗତକାଲି ବିଳମ୍ବିତ ରାତି ୧.୩୦ ସୁଦ୍ଧା ସେଠାରେ ଥିବା ୩-୪ଟି ପବ୍ ବୁକ୍ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ପବ୍ ଖୋଲା ରହିବା ଓ ଲାଉଡ ମ୍ୟୁଜିକ ବଜାଇବା ନେଇ ଅଭିଯୋଗ ଆସିଥିବା ଡିସିପି ସେଣ୍ଟ୍ରାଲ ଏକ ବୟାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାତି ୧ଟା ପର୍ଯ୍ୟନ୍ତ ପବ୍ ଖୋଲା ରହିବା ନେଇ ଅନୁମତି ରହିଛି । ଏହାପରେ ପବ୍ ଖୋଲା ରହିବା ନେଇ ଅନୁମତି ନାହିଁ। ଏମଜି ରୋଡ ସ୍ଥିତ ଓ୍ବାନ ୮ କମ୍ୟୁନ ପବ୍ ଚିନ୍ନସ୍ବାମୀ ନିକଟରେ ରହିଛି । ଗତ ୬ ତାରିଖରେ ପରିଚାଳନା ସମୟରୁ ଅଧିକ ସମୟ ପବ୍ ଖୋଲା ଥିବାରୁ ଓ୍ବାନ୮ ପବର ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.