ଚନ୍ଦ୍ରଶେଖରପୁର,୩୦/୦୯: ଆଡିକ୍ସନ ଫ୍ୟାସନ ମ୍ୟାନେଜମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନୱେ ୱିକ୍ ସିଜିନ୍-୧୧ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ରନୱେ ୱିକ୍ର ଉପଦେଷ୍ଟା ନବୀନ ଖାଣ୍ଡୋଇଙ୍କ ଉପସ୍ଥିତିରେ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ସଂସ୍କରଣରେ ୧୧ଜଣ ଡିଜାଇନର ନିଜର ଭଳିକି ଭଳି ଡିଜାଇନ ପ୍ରଦର୍ଶନ କରିଥିଲେ । ଏଥିରେ ଭାରତୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା ।
ରିମ୍ଲି ମହାନ୍ତିଙ୍କ ରିମ୍ଲି ଡିଜାଇନ ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ "ସାଟିକା’ ଡିଜାଇନରେ ପାରମ୍ପରିକ ହ୍ୟାଣ୍ଡଲୁମ୍ ଶାଢୀ ଯାହାକି ବିବାହ, ରିସେପ୍ସନ, ମେହେନ୍ଦି, ହଳଦୀ ଓ ସଙ୍ଗୀତରେ ବ୍ୟବହାର କରାଯାଇପାରିବ ତାହା ସୋକେସ୍ କରାଯାଇଥିଲା । ଦେବାଙ୍ଗିନୀ ବେହେରାଙ୍କ ଡାପରଡେଲ୍ଲି ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ଗୋଲଡେନ୍ ଡ୍ରିମ୍ସରେ ଛୋଟ ଛୁଆଙ୍କ ପୋଷାକ ଆକର୍ଷଣୀୟ ଥିଲା । ସୋମ୍ୟାଶ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ "କ୍ରିସିସ୍’ରେ ପାର୍ଟିପୋଷାକ ସଂଗ୍ରହ ସହ କ୍ରିଷ୍ଟାଲ ଭେଲ କଲେକ୍ସନ ଉପସ୍ଥାପନ କରାଯାଇଥିଲା । ଅର୍ପିତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଲେବଲ ସୁରେଲରେ ଆଧୁନିକ ଗାଉନ୍ ପ୍ରଦର୍ଶିତ କରାଯାଇଥିଲା । ଫ୍ୟାସନ ଡିଜାଇନର ସୁଜାତା ଓ ତାନିଆଙ୍କ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ ସୂତା ବମ୍ବରେ ପ୍ରେମ ଭକ୍ତି ଏବଂ ପାରମ୍ପରିକ ଲାଲ ଏବଂ ଧଳାରଙ୍ଗର ଶାଢୀ ଉପରେ ପୋଷାକ ଦେଖିବାକୁ ମିଳିଥିଲା । ଜାହିଦା ଅହମଦଙ୍କ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ "ଜନତ୍" ଫାଇନାଲ ବ୍ରାଇଡାଲ କାଉଚର କଲେକ୍ସନ ଉପରେ ଆଧାରିତ । ବଲିଉଡ଼୍ର ଷ୍ଟାର ଓରିନା ହୁସେନ୍ ଓ ଗୌରବ ରାଲହନ ଏହି ବ୍ରାଣ୍ଡର ସୋ ଷ୍ଟପର ଥିଲେ । ଏହି ସୋ’ରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ ।