ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାରରେ ଅପରାହ୍ନ ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ , ଦରଭଙ୍ଗାରେ ସର୍ବାଧିକ

ବିହାର – ବିହାର ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ୫ଟି ଆସନରେ ହେଉଛି ମତଦାନ। ଆଜି ସକାଳ ୭ଟାରୁ ଭୋଟିଂ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ୫ଟି ସିଟ୍‌ରେ ମୋଟ ୪୫.୨୩ ପ୍ରତିଶତ ମତଦାନ ହୋଇଛି। ସବୁଠୁ ଅଧିକ ମତଦାନ ଦରଭଙ୍ଗାରେ ୪୭.୬୧ ପ୍ରତିଶତ ହୋଇଛି। ସମସ୍ତିପୁରରେ ୪୭.୨୪ ପ୍ରତିଶତ , ଉଜିଆପୁରରେ ୪୬ ପ୍ରତିଶତ ଓ ମୁଙ୍ଗେରରେ ୪୩.୫୪ପ୍ରତିଶତ ଭୋଟିଂ ହୋଇଛି। 

ସବୁଠୁ କମ୍‌ ଭୋଟିଂ ବେଗୁସରାଇରେ ହୋଇଛି । ଏଠାରେ ୪୨.୫୭ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ୯୫,୮୩,୬୬୨ ମତଦାତା ୯୪୪୭ଟି ବୁଥ୍‌ରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ପୋଲିଂ ବୁଥ୍‌ରେ ଲମ୍ୱା ଲମ୍ୱା ଧାଡ଼ି ଲାଗିଛି। ଭୋଟରଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରସିଦ୍ଧା ନେତାମାନେ ମଧ୍ୟ ନିଜର ମତାଧିକାର ପ୍ରୟୋଗ କରିଛନ୍ତି। 

ସେପଟେ ମୁଙ୍ଗେରରେ ନିର୍ବାଚନ ଡ୍ୟୁଟି ବେଳେ ପୀଠାସିନ ଅଧିକାରୀଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.