ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଯୁବକଙ୍କୁ ଧମକାଇ ୨୨ ହଜାର ଟଙ୍କା ଲୁଟ୍‌ ଘଟଣା : ଜଣେ ନାବାଳକ ସହ ୩ ଗିରଫ

Published By : Prameya | February 1, 2024 2:55 PM

ବିନିକା, ୦୧।୦୨ : ବିନିକାରେ ଜଣେ ଯୁବକଙ୍କୁ ଧମକାଇ ୨୨ ହଜାର ଟଙ୍କା ଲୁଟ୍‌ ଘଟଣା। ଜଣେ ନାବାଳକ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ୧୧ ହଜାର ୪୫୦ ଟଙ୍କା, ୨ଟି ମଟର ସାଇକେଲ୍‌ ଜବତ ହୋଇଛି । ବିନିକା ଥାନାରେ ସୋନପୁର ଜିଲ୍ଲା ଏସ୍‌ପି ୟଶ ପ୍ରତାପ ଶ୍ରୀମଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଗତ ୨୨ ତାରିଖ ସନ୍ଧ୍ୟାରେ ମନିଗାଁ ଦେଶୀ ଭାଟିରୁ କାମ ସାରି କୁନ୍ଦନ କୁମା ୨୨ ହଜାର ଟଙ୍କା ଧରି ସାଇକେଲ୍‌ ଯୋଗେ ବିନିକା ଆଡକୁ ଆସୁଥିଲେ। ସିନ୍ଦୁରପୁରରୁ ଗଣେଷପୁର ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଧମକ ଚମକ ଦେବା ସହ ଟଙ୍କା ଲୁଟ୍ କରି ଫେରାର ମାରିଥିଲେ ।  ଏହାପରେ କୁନ୍ଦନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରୀହୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ବିନିକା ଥାନା ବିଶାଳପାଲି ଗାଁର ଗୋପାଳ କିଶୋର ଛତ୍ରଙ୍କୁ ଧରିଥିଲେ। ପରେ ଅନ୍ୟ ଅଭିଯୁକ୍ତ ଫୁଲ ମୁଠି ଗାଁର ସୁନିଲ ଛତ୍ରିଆ, ଡଭଲା ଗାଁର ଯୋଗେଶ ସୁନା ଏବଂ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଫେରାର ଥିବା ଅନ୍ୟ ଦୁଇ ନାବାଳକଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ୧୧ ହଜାର ୪୫୦ ଟଙ୍କା, ୨ଟି ମଟର ସାଇକେଲ୍‌ ଜବତ ହୋଇଛି ।  

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.