ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବିଜେଡିର ବିଧାନସଭା ପ୍ରାର୍ଥୀ: ବ୍ରଜରାଜନଗରରୁ ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ

ଭୁବନେଶ୍ୱର, ୦୩/୦୪: ବିଧାନସଭା ନିର୍ବାଚନ ଲାଗି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଲୋକସଭା ଲାଗି ଜାରି କରିଛି ତୃତୀୟ ପର୍ଯ୍ୟାୟ ଲିଷ୍ଟ । ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ବ୍ରଜରାଜନଗରରୁ ବିଜେଡି ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ, ତଳସରା ବିନୟ କୁମାର ଟପ୍ପୋ, ସୁନ୍ଦରଗଡ଼ ବିଧାନସଭା ଆସନରୁ ଯୋଗେଶ ସିଂଙ୍କୁ ଟିକେଟ୍ ଦିଆଯାଇଛି ।

ରାଜଗାଙ୍ଗପୁର ଅନୀଲ ବାର୍ଲା, ବଣାଇ ଭୀମସେନ ଚୌଧୁରୀ, ଯଶୀପୁର ଚକ୍ରଧର ହେମ୍ବ୍ରମ, ଉଦଳା ଶ୍ରୀନାଥ ସୋରେନ, ବାରିପଦା ସାନନ୍ଦ ମାରାଣ୍ଡି, ବଡ଼ସାହି ଅନୂସୟା ପାତ୍ର, ମୋରଡ଼ା ପ୍ରୀତିନନ୍ଦା କାନୁନଗୋ, ସୋର ମାଧବ ଧଡ଼ା, ଆଠମଲ୍ଲିକ ନଳୀନିକାନ୍ତ ପ୍ରଧାନ, ବୀରମହାରାଜପୁର ପଦ୍ମନାଭ ବେହେରା, ଖରିଆର ଅଧିରାଜ ପାଣିଗ୍ରାହୀଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

ସେହିଭଳି ଫୁଲବାଣୀରୁ ବିଜେଡି ଜୟଶ୍ରୀ କହଁରଙ୍କୁ ଟିକେଟ୍ ଦେଇଥିବା ବେଳେ ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲରୁ ରମାକାନ୍ତ ଭୋଇ, ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ ରାଉତ, ଏକାମ୍ର ଭୁବନେଶ୍ୱର ଅଶୋକ ଚନ୍ଦ୍ର ପଣ୍ଡା, ଖଲ୍ଲିକୋଟ ସୂର୍ଯ୍ୟମଣି ବୈଦ୍ୟ, ଆସ୍କା ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପାରଳାଖେମୁଣ୍ଡି ରୂପେଶ ପାଣିଗ୍ରାହୀ, ମୋହନାରୁ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପଟ୍ଟାଙ୍ଗିରୁ ପ୍ରଫୁଲ୍ଲ କୁମାର ପାଙ୍ଗିଙ୍କୁ ବିଜେଡି ଟିକେଟ୍ ଦେଇଛି ।

ଲୋକସଭା

ବଲାଙ୍ଗିର ଲୋକସଭା ଆସନରୁ ବିଜେଡି ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ବରଗଡ଼ରୁ ପରିଣିତା ମିଶ୍ର, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, କେନ୍ଦୁଝରରୁ ଧନୁର୍ଜୟ ସିନ୍ଧୁଙ୍କୁ ଦଳ ପ୍ରାର୍ଥୀ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.