ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେଡିର ମିଶ୍ରଣ ପର୍ବ : ସାମିଲ ହେଲେ ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀ

ରାୟଗଡ଼(ଗଜପତି) ୨।୪ :- ବିଜେଡ଼ିର ବରିଷ୍ଠ ନେତା ତଥା ଜିଲ୍ଲା ଉପ ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ନେତୃତ୍ବରେ ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ଼, ନୂଆଗଡ଼, ଆର୍. ଉଦୟଗିରି, ମୋହନା ବ୍ଲକର ବହୁ  ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ମାନେ  ଭୁବନେଶ୍ବର ସ୍ଥିତ ଶଙ୍ଖ ଭବନ ଠାରେ ମଙ୍ଗଳବାର ବିଜେଡ଼ିରେ ମିଶିଛନ୍ତି।

 ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ରାଜ୍ଯସଭା ସାଂସଦ ଡଃ. ସସ୍ମିତ ପାତ୍ର ଓ ମୋହନା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ପୃଥ୍ଵୀରାଜ ସାହୁ ଙ୍କ ଉପସ୍ଥିତିରେ ସେମାନେ ବିଜେଡ଼ିରେ ଯୋଗ ଦେଇଛନ୍ତି। ରାୟଗଡ଼ ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ସାମଲ, ଅବସର ପ୍ରାପ୍ତ ମଙ୍ଗଳସମ୍ପ୍ରସାରଣ ଅଧିକାରୀ ପଞ୍ଚାନନ ଖଣ୍ଡୁଆଳ,ପୂର୍ବତନ ୱାର୍ଡ଼ ସଭ୍ୟ ପ୍ରଫୁଲ କୁମାର ରାଉତ, ସିପିଆଇଏମ୍ ର ବରିଷ୍ଠ   ନେତା କର୍ଣ୍ଣ ସ୍ୱାଲସିଂ ସେହିପରି ନୂଆଗଡ଼ ବ୍ଲକ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ଯ ରାଜୀବ ଦୋରା, ବ୍ଲକ ଉପାଧ୍ଯକ୍ଷ ନିହିମିୟ ରାଇକା, ବସ୍ତ୍ରୀଗୁଡା ସରପଞ୍ଚ ରିତାନି ମଣ୍ଡଲ, ପୂର୍ବତନ ସରପଞ୍ଚ ଜୟସେନ ଦୋରା,ମଧୁ ରଇତ କଂଗ୍ରେସର ବରିଷ୍ଠ ନେତା ମଧୁ ରଇତ,ଚନ୍ଦ୍ରଗିରି ଜୋନର ପୂର୍ବତନ ସରପଞ୍ଚ ତାରିଣୀ ଚରଣ ନାୟକଙ୍କ ସମେତ ବହୁ ୱାର୍ଡ଼ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ବରିଷ୍ଠ ନେତା ଯୋଗ ଦେଇଥିଲେ l 

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ଵଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ସେମାନେ ବିଜେଡ଼ି ରେ ଯୋଗ ଦେଇଥିବା କହିଛନ୍ତି l ଏହି ମିଶ୍ରଣ ପର୍ବରେ ଗଜପତି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ ଉପସ୍ଥିତ ଥିଲେ l

ଆହୁରି ପଢନ୍ତୁ : ମନୋରଞ୍ଜନ ପାଣିଗ୍ରାହୀ ହେଲେ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.