ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହୋଲି ବେଳେ ଜୟ ଶ୍ରୀରାମ ନାରା ଦେଲେ କଙ୍ଗନା ରଣାୱତ, ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ କଲେ ପାଳନ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ କଙ୍ଗନା ରଣାୱତଙ୍କୁ ବିଜେପି ହିମାଚଳ ପ୍ରଦେଶର ମଣ୍ଡି ସିଟ୍‌ରୁ ପ୍ରାର୍ଥୀ କରିଛି। ସେ ଆଜି ପାର୍ଟିର ଜିଲ୍ଲା ୟୁନିଟ୍‌ ସହ ହୋଲି ପାଳିଛନ୍ତି। ରଣାୱତ ଏହି ଅବସରରେ ବିଜେପି ପ୍ରମୁଖ ଜେପି ନଡ୍ଡା, ସାଂସଦ ଅନୁରାଗ ଠାକୁର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି , ମୁଁ ସମସ୍ତଙ୍କୁ ହୋଲିର ଶୁଭ କାମନା ଦେଉଛି। ଏହା ମୋର ଜନ୍ମଭୂମି ଏବଂ ଏହା ମୋତେ ପୁଣି ଡାକିଛି , ମୁଁ ଭାଗ୍ୟଶାଳୀ। ଯଦି ଆପଣମାନେ ମୋତେ ଚୟନ କରିଛନ୍ତି ତ ମୁଁ ଆପଣଙ୍କର ସେବା କରିବି। ବର୍ତ୍ତମାନ ମୁଁ ଅଭିଭୂତ ଏବଂ ଏହା ମୋର ପରିବାର ପାଇଁ ଭାବନାତ୍ମକ ଦିନ। ମୁଁ ଜେପି ନଡ୍ଡା ଓ  ଅନୁରାଗ ଠାକୁରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। 

କଙ୍ଗନା ରଣାୱତ କହିଛନ୍ତି କି, ବିଜେପିର ସଂସ୍କୃତି ପରସ୍ପରକୁ ସହଯୋଗ କରିବା। ମୋତେ ଏହା ଉପରେ ବିଶ୍ୱାସ ଅଛି ଏବଂ ମୁଁ ଏହା ସହ ଚାଲିବି। ଆମେ ଜିତିବୁ। ଆମର ବଡ଼ ବିଜୟ ହେବାକୁ ଯାଉଛି। କଙ୍ଗନାଙ୍କ ଏହି ବୟାନକୁ ନେଇ ଏକ ଭିଡ଼ିଓ ସାମନାକୁ ଆସିଛି। ଏଥିରେ ସେ ସ୍ଥାନୀୟ ବିଜେପି ନେତାଙ୍କ ସହ ସାକ୍ଷାତ୍‌ କରିବା ଓ ହୋଲି ସେଲିବ୍ରେଟ୍‌ କରିବା ନଜର ଆସୁଛି। ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଥାରେ ତିଳକ ଲଗାଉଛନ୍ତି। କିଛି ସମୟ ପରେ ସେ ଓ ଅନ୍ୟ ନେତାଙ୍କ ସହ ଜୟ ଶ୍ରୀ ରାମ ର ନାରା ଲଗାଇଛନ୍ତି। ଆକ୍ଟିଂରୁ ପଲିଟିକ୍ସକୁ ଆସିଥିବା କଙ୍ଗନାଙ୍କର ଏହି ଭିଡ଼ିଓ ଭାଇରାଲ ହେଉଛି। ଇଣ୍ଟରନେଟ୍‌ ୟୁଜର୍ସ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।

ରବିବାରକୁ ବିଜେପିର ପ୍ରାର୍ଥୀ ଘୋଷିତ କରାଯିବା ପରେ କଙ୍ଗନା ରଣାୱତ କହିଛନ୍ତି କି, ସେ ଅଫିସିଆଲି ଭାବେ ରାଜନୀତିକ ଦଳରେ ସାମିଲ ହେବା ଓ ଭରସାପୂର୍ଣ୍ଣ ଜନସେବକ ହେବା ପାଇଁ ଉତ୍ସୁକ ଅଛନ୍ତି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରାର୍ଥୀଙ୍କ ନିଜର ୫ମ ସୂଚୀରେ ବିଜେପି ୪ର୍ଥ ଥରର ରାଷ୍ଟ୍ରୀୟ ପୁରସ୍କାର ବିଜେତାଙ୍କୁ ତାଙ୍କର ଜନ୍ମସ୍ଥାନ ହିମାଚଳ ପ୍ରଦେଶର ମଣ୍ଡି ନିର୍ବାତନ କ୍ଷେତ୍ରରୁ ପାର୍ଟିର ପ୍ରାର୍ଥୀ କରିଛନ୍ତି। ନଭେମ୍ୱର ୨୦୨୩ରେ ଗୁଜରାଟର ଦ୍ୱାରକାଧିଶ ମନ୍ଦିରରେ ପୂଜା-ଅର୍ଚ୍ଚନା କରିବା ପରେ ସେ ରାଜନୀତିରେ ପ୍ରବେଶ କରିବାର ସଙ୍କେତ ଦେଇଥିଲେ। ୩୭ ବର୍ଷିୟ ରଣାୱତ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.