ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ସରିଲା ହୋଲ୍ଡିଂ ଟିକସ ସମୟସୀମା, ମାତ୍ର ଆଦାୟ ହେଲା ୭୧ କୋଟି; ଫାଙ୍କି ଦେଲେ ସରକାରୀ ଅନୁଷ୍ଠାନ

ଭୁବନେଶ୍ୱର,୦୧/୦୪: ବିଏମ୍‌ସି ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫ କୋଟି  ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବାକୁ ଲକ୍ଷ୍ୟ  ରଖିଥିଲା । ବର୍ଷ ସରିଲା, ମାତ୍ର ଆଦାୟ ହୋଇଛି  ୭୧ କୋଟି ଟଙ୍କା । ସର୍ବାଧିକ ୬୪ ପ୍ରତିଶତ  ଦକ୍ଷିଣ-ପୂର୍ବ ଜୋନ୍‌ ଆଦାୟ କରିଥିବା ବେଳେ  ଉତ୍ତର ଜୋନ୍‌ ନିରାଶ କରିଛି । ବିଏମ୍‌ସି ହୋଲ୍ଡିଂ  ଟ୍ୟାକ୍ସ ଆଦାୟରେ ଫେଲ୍‌ ମାରିଛି । ଚଳିତ ବର୍ଷ  ୧୦୦ କୋଟି ଟଙ୍କା ଛୁଇଁ ପାରି ନାହିଁ । ୮୩ କୋଟି  ଟଙ୍କା ଡିମାଣ୍ଡ୍‌ ଥିବା ବେଳେ ୧୧୫ କୋଟି ଟଙ୍କାର ଟାର୍ଗେଟ୍‌ ଦିଆଯାଇଥିଲା । ହେଲେ ୩ଟି ଜୋନ୍‌ରୁ  ଆଦାୟ ହୋଇଛି ମାତ୍ର ୭୧ କୋଟି ୨୯ ଲକ୍ଷ  ୧୩ ହଜାର ୨ ଟଙ୍କା ଯାହାକି ସମୁଦ୍ରକୁ ଶଙ୍ଖେ ।  

ଦକ୍ଷିଣ-ପୂର୍ବ ଜୋନ୍‌କୁ ୩୩ କୋଟି  ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଟାର୍ଗେଟ୍‌ ଦିଆଯାଇଥିଲା ।  ହେଲେ ଆଦାୟ ହୋଇଛି ମାତ୍ର ୨୧ କୋଟି । ଟାର୍ଗେଟର ୬୪ ପ୍ରତିଶତ ଆଦାୟ କରିଛି  ଜୋନ୍‌ । ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌କୁ  ୩୯ କୋଟି ଟାର୍ଗେଟ୍‌ ଥିବା ବେଳେ ଆଦାୟ ହୋଇଛି ମାତ୍ର ୨୪ କୋଟି । ସେହିପରି ଉତ୍ତର  ଜୋନ୍‌ରେ ୪୩ କୋଟି ଟାର୍ଗେଟ୍‌ରୁ ମାତ୍ର ୨୫  କୋଟି ଟଙ୍କା ଆଦାୟ ହୋଇଛି । ହୋଲ୍ଡିଂ ଟ୍ୟାକ୍ସ  ଆଦାୟରେ ବିଏମ୍‌ସି ନୌରାଶ୍ୟଜନକ ପ୍ରଦର୍ଶନ  କରିଛି । ବର୍ଷକ ମଧ୍ୟରେ ସହର ଦେଢ ଗୁଣା  ବଢିଲାଣି । ଘର ସଂଖ୍ୟା ମଧ୍ୟ ବଢୁଛି।  ହେଲେ ଆଦାୟରେ ବିଏମ୍‌ସି କାହିଁକି ଫେଲ୍‌  ମାରୁଛି ବୋଲି ପ୍ରଶ୍ନ ଉଠିଛି । ୱାର୍ଡ ଅଧିକାରୀ  ମାନେ ଠିକ୍‌ ଭାବରେ ଆସେସ୍‌ମେଣ୍ଟ ଓ ରି- ଆସେସ୍‌ମେଣ୍ଟ କରୁନାହାନ୍ତି । ଫଳରେ ବିଏମ୍‌ସି  କୋଟି କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ହରାଉଛି  ବୋଲି ଅଭିଯୋଗ ହେଉଛି । ଚଳିତ ବର୍ଷ  ବଜେଟ୍‌ ୧୦୦୦ କୋଟି ଟଙ୍କା ପାର୍‌ କରିଛି ।  ହେଲେ ବିଏମ୍‌ସି ରାଜସ୍ୱ ଆଦାୟରେ ସେହିଭଳି  ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନି ।  ଫଳରେ ଏବେ ଚିନ୍ତାରେ ବିଏମ୍‌ସି ।  

ସେପଟେ କିଛି ସରକାରୀ ଏବଂ  ବେସରକାରୀ ଅନୁଷ୍ଠାନ ନାଁରେ କୋଟି କୋଟି  ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବକେୟା ପଡିଛି ।  ବାରମ୍ବାର ନୋଟିସ୍‌ ସତ୍ତେ୍ୱ ଏହି ସବୁ ଅନୁଷ୍ଠାନ  ଟ୍ୟାକ୍ସ ପୈଠ କରିନାହାନ୍ତି । ଏହି ସବୁ ଅନୁଷ୍ଠାନ  ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତ? ନା ବଡ  ବଡିଆଙ୍କୁ ହୋଲ୍ଡିଂ ଟ୍ୟାକ୍ସ ମାଫ୍‌!  ବିଏମ୍‌ସି କମିଶନର ରାଜେଶ ପ୍ରଭାକର  ପାଟିଲ କହିଛନ୍ତି, ହୋଲ୍ଡିଂ ଟ୍ୟାକ୍ସ ଡିମାଣ୍ଡରେ  ଭଲ ପ୍ରଦର୍ଶନ ରହିଛି । ଆଗାକୁ ଟାର୍ଗେଟ୍‌ ପୂରଣ  କରିବାକୁ ଲକ୍ଷ୍ୟ ରଖିଛୁ । କିଛି ସରକାରୀ ଅନୁଷ୍ଠାନ  ଟଙ୍କା ବାକି ରଖିଛନ୍ତି । ଆଦାୟ ପାଇଁ ସେମାନଙ୍କୁ  ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି ।  ଏହା ସହ ଆସେସ୍‌ମେଣ୍ଟ ଓ ରି-ଆସେସ୍‌ମେଣ୍ଟକୁ  ଜୋରଦାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି ।  ଏ ନେଇ ବିଏମ୍‌ସି ରାଜସ୍ୱ ବିଭାଗ ଓ ୱାର୍ଡ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.