ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର

କେନ୍ଦ୍ରାପଡ଼ା ୨୬/୦୨: କେନ୍ଦ୍ରାପଡ଼ା ଓସ୍ତପୁର ହଳଦିଢ଼ିଅ ନିକଟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ। ନରଣପୁର ଗାଁରୁ ଡ୍ରାମା ରିହସର୍ଲ ସାରି ଫରୁଥିଲେ କଳାକାର। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବୋଲେରୋ ମଧ୍ୟ ଗୁରୁତର କଳାକାରମାନଙ୍କୁ ଉଦ୍ଧାର କରି ନିକଟସ୍ଥ  ମେଡିକାଲରେ ଭର୍ତ୍ତି କରିଥିଲା। ହେଲେ ଦୁର୍ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୪ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ଗାଡ଼ିରେ ୫ ଝିଅ ଓ ୨ ପୁଅ ଥିବା ଜଣାପଡିଛି।

ସୂଚନା ମୁତାବିକ, ସୋମବାର ସକାଳେ କିଛି କଳାକାର ବୋଲେରୋରେ ନରଣପୁର ଗାଁରୁ ଡ୍ରାମା ରିହରସାଲ ସାରି ଫରୁଥିଲେ।  ଓସ୍ତପୁର ହଳଦିଢ଼ିଅ ନିକଟ ବୋଲେରୋ ଉପରେ ହଠାତ ନିୟନ୍ତ୍ରଣ ହରାଇ ଥିଲେ ଡ୍ରାଇଭର। ଫଳରେ ଗାଡ଼ି ରାସ୍ତା କଡ଼ରେ ଥିବା ଗଛରେ ଜୋର୍ ଦାରା ଧକ୍କା ଦେଇଥିଲା। ବୋଲେରୋରେ ଥିବା ୭ ଜଣଙ୍କ ମଧ୍ୟରୁ ଦୁର୍ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିଲା। ବାକି ୬ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଆଉ ୨ ଜଣଙ୍କ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ଆଉ ୪ ଜଣ ଗୁରୁତରଙ୍କ ବର୍ତ୍ତମାନ ଚିକିତ୍ସା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.