ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନାବାଳକର ସନ୍ଦେହଜନକ ମୃତ୍ୟୁ ଘଟଣା : ସମ୍ପର୍କୀୟ କାକା ଗିରଫ

କେନ୍ଦୁଝର ସଦର,୨୮/୩ :  କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ପଂଚାୟତ ଫକିରପୁର ଗ୍ରାମରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ଗତ ମଙ୍ଗଳବାର ରାତିରେ ମୁଣ୍ଡା ସାହିର ସ୍ବର୍ଗତ ସିଙ୍ଗ ମୁଣ୍ଡାର ୧୫ ବର୍ଷର ପୁଅ ବିଜୟ ମୁଣ୍ଡାକୁ ନିଜ ସମ୍ପର୍କୀୟ କାକା ଲକ୍ଷ୍ମୀଧର ମୁଣ୍ଡା ହିଁ ହତ୍ୟାକରି ଘର ଦ୍ଵାରରେ ପକାଇ ଚମ୍ପଟ୍ ମାରିଥିଲା। ଏହି ଘଟଣାରେ ଲକ୍ଷ୍ମୀଧରଙ୍କୁ ପୋଲିସ ଗିରଫ କରିଛି।

 ବିଜୟ ମୁଣ୍ଡା ଏକ ମାସ ପୂର୍ବରୁ କାକା ଲକ୍ଷ୍ମୀଧର ମୁଣ୍ଡା ସହିତ ଏକ ଟ୍ରକରେ ହେଲ୍ପର କାମ କରି ଆସୁଥିଲା।୨୫ ତାରିଖ ମଙ୍ଗଳବାର ଦୁହେଁ ଟ୍ରକ୍ ଆଣି ଗ୍ରାମକୁ ଆସିଥିଲେ। ଦିନ ବେଳେ ଦୁହେଁ ମିଶି ପୋଖରୀରେ ଗାଡ଼ିକୁ ଧୁଆ ଧୋଇ କାମ ସାରି ରାତି ନଅଟାରେ ବିଜୟ ଖାଇ ସାରି ଟ୍ରକରେ ଶୋଇବା ପାଇଁ ମାଆ ଯମୁନାକୁ କହି ଚାଲିଯାଇଥିଲା। ମା’ ଜମୁନା ମୁଣ୍ଡା ଖାଇ ପିଇ ସାରି ଘରେ ଶୋଇ ପଡ଼ିଥିଲେ। ସକାଳ ହେବାରୁ ମାଆ ଯମୁନା ଉଠି କବାଟ ଖୋଲି ବାହାରକୁ ବାହାରିଲା ବେଳକୁ ପୁଅର ମୃତଦେହ ପଡ଼ିଛି। ସାହି ପଡିଶା ଲୋକମାନେ ପୁଲିସକୁ ଖବର ଦେବା ପରେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

 ବିଜୟର ଶବସତ୍କାର ସମୟରେ ଲକ୍ଷ୍ମୀଧର ଶ୍ମଶାନ ଆସିଥିଲା ।  ଲକ୍ଷ୍ମୀଧର ଶ୍ମଶାନରେ ଥିବା ବେଳେ ପୁଲିସ୍ ଗିରଫ କରି ବିଜୟ ବିଷୟରେ ପଚାରାଉଚରା କରିଥିଲା। ଲକ୍ଷ୍ମୀଧର ପୋଲିସ ଆଗରେ କହିଥିଲା କି ବିଜୟ ଟ୍ରକ୍ ଚକ ତଳେ ଥିଲା ମୋ ଅଜାଣତରେ ଚାପି ହୋଇ ମରିଯାଇଛି। ବିଜୟକୁ ତାର ଘର ଦ୍ଵାରରେ ରଖି ଦେଇଥିଲି ମାଲିକ ଗାଡିକୁ ଲୋଡ଼ିଂ କରିବା ପାଇଁ ଫୋନ୍ କରିବାରୁ ଗାଡିକୁ ନେଇ ମୁଁ ଖଣି ଅଞ୍ଚଳକୁ ଚାଲିଗଲି ବୋଲି ଲକ୍ଷ୍ମୀଧର କହିଛି। ସେପଟେ ବିଜୟର ମୃତ ଶରୀର ଏବଂ ପାରିପାର୍ଶିକ ପରିସ୍ଥିତି ସହ ଲକ୍ଷ୍ମୀଧରର ବୟାନ ପୋଲିସ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଲକ୍ଷ୍ମୀଧରଙ୍କୁ  ସଦର ପୁଲିସ୍ ଗରିଫ  କରି କୋର୍ଟ  ଚାଲାଣ କରିବା ସହିତ ଘଟଣାର  ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ : ରାସ୍ତା ପାର ହେଉଥିଲେ ବୃଦ୍ଧା, ବସ୍ ଧକ୍କାରେ ଚାଲିଗଲା ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.