ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କ୍ୟାନ୍ସର ହେବା ପୂର୍ବରୁ ଦେଖାଦେଇଥାଏ ଏହିସବୁ ଲକ୍ଷଣ,ସାମାନ୍ୟ ଅବହେଳା ନେଇପାରେ ଜୀବନ

ସମଗ୍ର ବିଶ୍ୱରେ କର୍କଟରୋଗୀଙ୍କର ସଂଖ୍ୟା ବଢିବାରେ ଲାଗିଛି।  ଖରାପ ଲାଇଫଷ୍ଟାଇଲ ଏବଂ ଖାଦ୍ୟପେୟ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। କର୍କଟ ରୋଗ ବିଷୟରେ ଗୋଟିଏ କଥା କୁହାଯାଇଛି ଯେ, ଏହା ଜୀବନ ପ୍ରତି ବିପଦଜନକ ହେବା ସହ ଏହାର କୋଣସି ଚିକିତ୍ସା ମଧ୍ୟ ନାହିଁ। କିନ୍ତୁ ଏହି ରୋଗର ଏକ ମୁଖ୍ୟ କଥା ହେଉଛି, ଏହି ରୋଗର ଆରମ୍ଭରେ ଅର୍ଥାତ ଫାଷ୍ଟ ଷ୍ଟେଜରେ ହିଁ  ଏହାର ଲକ୍ଷଣ ଦେଖା ଦେଇଥାଏ । ଯାହାକୁ ଆମେ ସବୁବେଳେ ଅଣଦେଖା କରିଥାଉ। ତେବେ କ୍ୟାନ୍ସରର ୧୦ଟି ଲକ୍ଷଣ ଯାହାକୁ ସାଧାରଣ ଭାବି ଆମେ ଅଣଦେଖା କରିଥାଉ, ପରେ ତାହା କର୍କଟ ରୋଗର ଲକ୍ଷଣ ବୋଲି ଡାକ୍ତର କହିଥାନ୍ତି। ଜାଣିରଖନ୍ତୁ ଏହାର ୧୦ଟି କାରଣ ଯାହା କ୍ୟାନ୍ସର ରୋଗର ପ୍ରାରମ୍ଭରେ ଦେଖାଦେଇଥାଏ। 

ସର୍ଭାଇକଲ ଏବଂ ଓଭେରିୟନ କ୍ୟାନ୍ସରର ଲକ୍ଷଣ- ଯଦି କୌଣସି ଝିଅ ବା ମହିଳାଙ୍କର ମାସିକ ଧର୍ମରେ ଅସାମାନ୍ୟ ରୂପରେ ପରିବର୍ତ୍ତନ ହେଉଥାଏ,ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ। କାରଣ ଏହକୁ ଅଣଦେଖା କରିବା ବିପଦଜନକ ହୋଇପାରେ । ଏହା ସର୍ଭାଇକଲ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। 

କୋଲୋନ ଏବଂ ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ -ଯଦି ବାରମ୍ୱାର ଶୌଚାଳୟ ଜିବାର ଅଭ୍ୟାସରେ ପରିବର୍ତ୍ତନ ଦେଖାଦେଉଛି, ତେବେ ଏହା କୋଲୋନ ଏବଂ ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ। 

ଓଭେରିୟନ କ୍ୟାନ୍ସର-ପେଟ ଫୁଲିବା , ଭାରୀ ଲାଗିବା ଇତ୍ୟାଦି ବାରମ୍ୱାର ହେଉଛି ତେବେ ଏହା  ଓଭେରିୟନ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। 

ବ୍ରେଷ୍ଟ  କ୍ୟାନ୍ସର-ଯଦି କୌଣସି ବ୍ୟକ୍ତିର ବ୍ରେଷ୍ଟରେ ପରିବର୍ତ୍ତନ, ଓଜନ ବଢିବା, ଗଣ୍ଠି ବା ନିପ୍ପଲର ରଙ୍ଗରେ ପରିବର୍ତନ , ଡିଶ୍ଚାର୍ଜ ଇତ୍ୟାଦି ଦେଖାଯାଇଥାଏ ତେବେ ତାହା ବ୍ରେଷ୍ଟ  କ୍ୟାନ୍ସର ରୋଗର  ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।

ଫୁସ୍ଫୁସ୍ ରେ କ୍ୟାନ୍ସର-ଯଦି କୌଣସି ବ୍ୟକ୍ତିର ବହୁତ ଦିନ ଧରି କାଶ ଲାଗି ରହିଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଯଦି ଶୁଖିଲା କାଶ ହେଉଥାଏ, ତେବେ ଟିବି ବା ଫୁସ୍ଫୁସ୍ ରେ କ୍ୟାନ୍ସରର ଲକ୍ଷଣ ହୋଇପାରେ। 

ବ୍ରେନ ଟ୍ୟୁମର-ଯଦି ବାରମ୍ୱାର ମୁଣ୍ଡବିନ୍ଧା ହେଉଛି ଏବଂ ଏହା ଅନେକ ଦିନ ଧରି ହୋଇଆସୁଛି, ତେବେ ଏହା ବ୍ରେନ ଟ୍ୟୁମର ଆରମ୍ଭର ଲକ୍ଷଣ ହୋଇପାରେ।

ଷ୍ଟୋମେକ କ୍ୟାନ୍ସରର-ଯଦି ଖାଦ୍ୟ, ପାଣି ବା ଅନ୍ୟ କୌଣସି ଜିନିଷ ଗିଳିବାରେ କଷ୍ଟ ହୁଏ, ତେବେ ଏହା ଷ୍ଟୋମେକ କ୍ୟାନ୍ସର କାରଣ ହୋଇପାରେ। 

ବ୍ଲଡ୍  କ୍ୟାନ୍ସର- ଯଦି ଜଙ୍ଘ ବା ଶରୀରର ଅନ୍ୟ ସ୍ଥାନରେ ଅଧିକ ନୀଳ ଚିହ୍ନ ହେଉଛି ଅଥବା କୌଣସି ମାଡ ହେବାର ଦାଗଭଳି ଅନୁଭବ ହେଉଛି, ତେବେ ଏହା ବ୍ଲଡ୍ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ। 

ଶୀଘ୍ର ଜ୍ୱର ବା ସଂକ୍ରମଣ ହେବା-ବହୁତ ଶୀଘ୍ର ଜ୍ୱର ବା ସଂକ୍ରମଣ ହେଉଥିଲେ, ଏହା ଲ୍ୟୁକେମିୟା କ୍ୟାନ୍ସର ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।

ଓରାଲ କ୍ୟାନ୍ସର- ଯଦି ବହୁତ ଦିନ ଧରି ପାଟିରେ ଘା ଲାଗି ରହୁଛି, ତେବେ ଏହା ଓରାଲ କ୍ୟାନ୍ସରର କାରଣ ହୋଇପାରେ। ଯେଉଁମାନେ ଧୁମ୍ରପାନ କରିଥାନ୍ତି,ସେମାନଙ୍କୁ ଓରାଲ କ୍ୟାନ୍ସର ହେବାର ବିପଦ ଅଧିକ ରହିଥାଏ। ମେନୋପଜ ପରେ ଭି ଯଦି ଆପଣଙ୍କର ବ୍ଲିଡିଂ ହେଉଛି , ତେବେ ଏହାକୁ ଅବହେଳା କରନ୍ତୁ ନାହିଁ। ଏହା ୟୁଟେରିନ ଏବଂ ସର୍ଭାଇକଲ କ୍ୟାନ୍ସର ପ୍ରାରମ୍ଭର କାରଣ ହୋଇପାରେ। ଅନୈତିକ ଭାବରେ ଓଜନରେ ବୃଦ୍ଧି ବା ହ୍ରାସ, ଭୋକ କମିବା, କେଶ ଝଡିବା ଇତ୍ୟାଦି  କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.