ଧକ୍କା ଯୋଗୁଁ ଏତେ ଜୋରରେ ଶବ୍ଦ ହୋଇଥିଲା ଯେ, ନିକଟରେ ଥିବା ଅତିଥି ରେଷ୍ଟୁରାଣ୍ଟରେ ଖଲ୍ଲିକୋଟ ମିଡ଼ିଆ କ୍ଲବର ବୈଠକ ଚାଲିଥିବାବେଳେ ଶବ୍ଦ ଶୁଣି ମିଡ଼ିଆ କ୍ଲବର ସମସ୍ତ ସାମ୍ବାଦିକ ଦୌଡ଼ି ଆସିଥିଲେ । ଦୁର୍ଘଟଣାରେ ଭାଙ୍ଗିରୁଜି ଦୁଇଟି ଯାକ ଗାଡ଼ି ପଡିଥିବାବେଳେ ଆହତମାନେ ରାସ୍ତା ଉପରେ ବିଛାଡି ହୋଇ ପଡ଼ିଥିଲେ । ତୁରନ୍ତ ସାମ୍ବାଦିକମାନେ ୧୦୮ ଆମ୍ବୁଲାନ୍ସ ଓ ଅନ୍ୟ ଏକ ଅଟୋରେ ଆହତ ମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । କୁମୁଦିନି ଶତପଥୀ, ତାଙ୍କ ନାତି ଆୟୁଷ ଶତପଥୀ, ଆଶାକର୍ମୀ ମମତା ଶତପଥୀ ଓ ଅଟୋ ଡ୍ରାଇଭର ଅଶୋକ ମହାପାତ୍ର ଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । କାର ଡ୍ରାଇଭର ନାରାୟଣ ଗୌଡ଼ ଓ କାରରେ ବସିଥିବା କେ. ସୁଦର୍ଶନ ରେଡି ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କୁମୁଦିନି ଶତପଥୀଙ୍କ ସ୍ୱାମୀଙ୍କ ଗତ ଚାରି ଦିନ ତଳେ ମୃତ୍ୟୁ ହୋଇଥିଲା ।

ମୂଳନିବାସୀ ଜନ ଜାଗରଣ ସମାବେଶରେ ଯୋଗ ଦେବେ ଏଆଇସିସି ଓ...