ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରେଡିଟ୍ କାର୍ଡ ସମ୍ପର୍କିତ ନିୟମରେ ପରିବର୍ତ୍ତନ, ଗ୍ରାହକଙ୍କୁ ଆରବିଆଇ ଦେଲା ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ,୨୫।୩:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କ୍ରେଡିଟ୍ କାର୍ଡ ସମ୍ପର୍କିତ ନିୟମରେ ପରିବର୍ତ୍ତନ କରି ଗ୍ରାହକଙ୍କୁ ବଡ଼ ଧରଣର ଆଶ୍ବସ୍ତି ଦେଇଛି। କ୍ରେଡିଟ୍ କାର୍ଡଧାରୀ ଏବେ ନିଜର ସୁବିଧା ଅନୁସାରେ, ନିଜ କାର୍ଡର ବିଲିଂ ସାଇକେଲ ଏକରୁ ଅଧିକ ଥର ପରିବର୍ତ୍ତନ କରିପାରିବେ। ପୂର୍ବରୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା କେବଳ ଗୋଟିଏ ଥର ଏଭଳି କରିବାର ସୁଯୋଗ ଦେଉଥିଲା, କିନ୍ତୁ ଆରବିଆଇ ଏହି ସୀମାକୁ ହଟାଇବାରକୁ କହିଛି। କେନ୍ଦ୍ରୀୟ ବ୍ୟାଙ୍କ ନିକଟରେଏହି ନିୟମ ଲାଗୁ କରିଛି।

ଏଭଳି କରନ୍ତୁ ପରିବର୍ତ୍ତନ

ଏଥିପାଇଁ ସବୁଠାରୁ ପ୍ରଥମେ ପୂର୍ବର ବକେୟା ଟଙ୍କା ଦେବାକୁ ହେବ। ଏହାପରେ କ୍ରେଡିଟ୍ କାର୍ଡ କମ୍ପାନୀକୁ ଫୋନ୍ କିମ୍ବା ଇମେଲ ଜରିଆରେ ବିଲିଂ ସାଇକେଲରେ ପରିବର୍ତ୍ତନ କରିବାକୁ କହିବାକୁ ହେବ। କିଛି ବ୍ୟାଙ୍କରେ ଆପଣ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ଏହି ପରିବର୍ତ୍ତନ କରିପାରନ୍ତି।

ହେବ ଏହି ଲାଭ

ଗ୍ରାହକ ନିଜର ସୁବିଧା ଅନୁସାରେ ବିଲ୍‌ ଦେବାର ତାରିଖ ଧାର୍ଯ୍ୟ କରିପାରିବେ। କ୍ରେଡିଟ୍ କାର୍ଡରେ ସୁଧମୁକ୍ତ ସମୟସୀମାକୁ ଅଧିକ କରିପାରନ୍ତି। ଅଲଗା ଅଲଗା କ୍ରେଡିଟ୍ କାର୍ଡକୁ ଗୋଟିଏ ତାରିଖରେ ଦେଇପାରିବେ।

ବିଲିଂ ସାଇକେଲ କ’ଣ ?

କୌଣସି ଗ୍ରାହକର କ୍ରେଡିଟ୍ କାର୍ଡ ମୋଟ୍ ବିଲ୍‌ (ଷ୍ଟେଟମେଣ୍ଟ) ପ୍ରତିମାସ ୬ ତାରିଖକୁ ଆସି ଯାଇଥାଏ। ଏଭଳି ସ୍ଥିତିରେ ତା’ର ବିଲିଂ ସାଇକେଲ ସେହି ମାସ ୭ ତାରିଖରୁ ଆରମ୍ଭ ହୁଏ ଓ ତା’ର ଆସନ୍ତା ମାସ ୬ ତାରିଖରେ ଶେଷ ହୋଇଯିବ। ଏଭଳି ୩୦ ଦିନ ସମୟ ସୀମା ମଧ୍ୟରେ କ୍ରେଡିଟ୍ କାର୍ଡରୁ କରାଯାଇଥିବା ସବୁ ଲେଣ-ଦେଣ କ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟରେ ଦେଖିବାକୁ ମିଳିବ। ଏଥିରେ କାର୍ଡରୁ କରାଯାଇଥିବା ସବୁ ଟଙ୍କା ଦିଆନିଆ, ନଗଦ ବାହାର କରିବା, କ୍ରେଡିଟ୍‌ କାର୍ଡ ବିଲ୍‌ ଦିଆଯିବା ନେଇ ସୂଚନା ରହିଥାଏ। ବିଲ୍‌ର ଏହି ସମୟସୀମା କାର୍ଡର ପ୍ରକାର ଓ କ୍ରେଡିଟ୍‌ କାର୍ଡ ପ୍ରଦାନକାରୀଙ୍କ ଅନୁସାରେ, ୨୭ ଦିନରୁ ନେଇ ୩୧ ଦିନ ପର୍ଯ୍ୟନ୍ତ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.