ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ପହଣ୍ଡି ବେଳେ ବଡ ଠାକୁର ଖସିପଡିବା ଘଟଣା : ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୯।୭ : ପୁରୀରେ ଆଜି ଆଡପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ ଠାକୁର ଶ୍ରୀ ବଳଭଦ୍ର ଚାରମାଳରେ  ଖସି ପଡିଥିଲେ।  ଏ ନେଇ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିଛନ୍ତି। ସେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦେଇଛନ୍ତି।   ମୁଖ୍ୟମନ୍ତ୍ରୀ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଘଟଣା ପରେ ତୁରନ୍ତ ପୁରୀରେ ଉପମୁଖ୍ୟମନ୍ତୀ  ପ୍ରଭାତି ପରିଡା ଓ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ପହଞ୍ଚିଛନ୍ତି।  ମେଡିକାଲରେ ଆହତ ସେବାୟତଙ୍କୁ ଭେଟିଛନ୍ତି। 

ସୂଚନାଯୋଗ୍ୟ ଯେ ଆଡପ ପହଣ୍ଡି ବିଜେ ବେଳେ ଆଜି ବଡ ଅଘଟଣ ଘଟିଥିଲା। ବଳଭଦ୍ରଙ୍କ ପହଣ୍ଡି ସମୟରେ ଅଘଟଣ ଘଟିଥିଲା। ସେବାୟତଙ୍କ କାନ୍ଧରୁ ବଡ ଠାକୁର ଖସି ପଡିଥିଲେ। ରଥ ଚାରମାଳ ଉପରେ ମୁହଁ ମାଡି ପଡିଯାଇଥିଲେ ପ୍ରଭୁ ବଳଭଦ୍ର। ଡୋର ଖସି ଯିବାରୁ ଏଭଳି ଘଟଣା ଘଟିଥିଲା । ଏଥିରେ ସେବାୟତ  ଆହତ ହୋଇଛଥିଲେ। ଅଘଟଣ ପରେ ବଡଠାକୁରଙ୍କ ପହଣ୍ଡି ପୁଣି ଆରମ୍ଭ ହୋଇ ବଡ ଠାକୁର ଆଡପ ମଣ୍ଡପକୁ ଯାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.