ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଗାଜା ଯୁଦ୍ଧକୁ ଡେଇଁଲା ଚୀନ୍: ଏବେ ପାଲେଷ୍ଟାଇନକୁ କରିବ ସାହାଯ୍ୟ, ମୁସଲମାନ ଦେଶଙ୍କୁ ନେଇ ସମ୍ମିଳନୀ

ନୂଆଦିଲ୍ଲୀ,୩୦।୫:  ରାଫାରେ ଇସ୍ରାଏଲର ତାଜା ଆକ୍ରମଣ ପରେ ଇସ୍ରାଏଲ-ହମାସ ଭିତରେ ପୁଣିଥରେ ଯୁଦ୍ଧକୁ ନୋଇ ଚର୍ଚ୍ଚା ଚାଲିଛି। ଏହା ଭିତରେ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ବେଜିଂରେ ଆରବ ଦେଶର ନେତାଙ୍କ ସହ ଶିଖର ସମ୍ମିଳନୀ ଆରମ୍ଭ କରିଛନ୍ତି।ଏଠାରେ ଜିନପିଙ୍ଗ ଗାଜାରେ ପ୍ରଭାବିତ ଲୋକଙ୍କ ପାଇଁ ମାନବୀୟ ସହାୟତା ଦେବାର ଘୋଷଣା କରିଛନ୍ତି ଓ ଫ୍ରି ପାଲେଷ୍ଟାଇନ୍ ନାରା ମଧ୍ୟ ଦୋହରାଇଛନ୍ତି। ଜିନପିଙ୍ଗ ଚୀନ୍-ଆରବ ଷ୍ଟେଜ୍ କୋଅପରେଟିଭ୍ ଫୋରମ୍‌ର ଉଦ୍‌ଘାଟନ କରି ନିଜ ଭାଷଣରେ କହିଛନ୍ତି,ଗତ ଅକ୍ଟୋବରରୁ ପାଲେଷ୍ଟାଇନ୍ ଇସ୍ରାଏଲ ଭିତରେ ସଂଘର୍ଷ ବଢିଯାଇଛି, ଯାହାଫଳରେ ଲୋକଙ୍କୁ ବହୁତ ଅସୁବିଧା ନେଉଛି। ଯୁଦ୍ଧ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଜାରି ରହିବା ଉଚିତ ନୁହେଁ।’

ଏହି ସମୟରେ ଜିନପିଙ୍ଗ ଗାଜାର ସହାୟତା ପାଇଁ ୫୦୦ ମିଲିୟନ ୟୁଆନ ଅର୍ଥାତ ୬୯ ମିଲିୟନ ଡଲାର ଦେବାର ପ୍ରତିଶୃତି ଦେଇଛନ୍ତି। ସେ ଜାତିସଂଘର ଏକ ଏଜେନ୍ସିକୁ ୩ ମିଲିୟନ ଡଲାର ଦାନ ଦେବାର ମଧ୍ୟ ପ୍ରତିଶୃତି ଦେଇଛନ୍ତି, ଯାହାକି ଇସ୍ରାଏଲ-ହମାସ ଯୁଦ୍ଧ ଶରଣାର୍ଥୀଙ୍କ ସହାୟତା କରିଥାଏ। ସେଭଳି ଚୀନ୍ ଟୁ-ଷ୍ଟେଟ୍‌ ସଲ୍ୟୁସନ୍‌ର ସମର୍ଥନକୁ ମଧ୍ୟ ଦୋହରାଇଛି।

ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଯୁଦ୍ଧରେ ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ପାଲେଷ୍ଟାନୀୟଙ୍କ ଜୀବନ ଯାଇଛି। ଆରବ ଦେଶ ସହିତ ଚୀନ୍ ମଧ୍ୟ ସଂଘର୍ଷରେ ପାଲେଷ୍ଟାନୀୟଙ୍କ ସମର୍ଥନ କରୁଛି। ଗତ ରବିବାର ଗାଜାର ରାଫାରେ ଆକ୍ରମଣରେ ୪୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଇସ୍ରାଏଲ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହୋଇଥିଲା। ଚୀନ୍ ଦୀର୍ଘ ସମୟ ଧରି ପାଲେଷ୍ଟାଇନ୍‌ର ସମର୍ଥନ କରୁଛି ଓ ଇସ୍ରାଏଲକୁ ନିନ୍ଦା ମଧ୍ୟ କରୁଛି। ସେପଟେ ଆମେରିକା କିନ୍ତୁ ଇସ୍ରାଏଲକୁ ସମର୍ଥନ କରୁଛି। 

ଇସ୍ରାଏଲର ଆକ୍ରମଣ ଭିତରେ ଜିପପିଙ୍ଗ ମୁସଲମାନ ଦେଶଙ୍କୁ ମିଡିଲ ଇଷ୍ଟ ପିସ୍ କନଫରେନ୍ସ  ଡକାଇଥିଲେ। ଏହି ସମ୍ମିଳନୀରେ ଚୀନ୍ ଆରବ ଦେଶ ସହିତ ବାଣିଜ୍ୟ, ଶକ୍ତି, ମହାକାଶ ଓ ସ୍ବାସ୍ଥ୍ୟର ଦେଖାଶୁଣା କରିବା କ୍ଷେତ୍ରରେ ସହଯୋଗ ଆହୁରି ମଜବୁତ କରିବା ଉପରେ ଜୋର ଦେଇଛି। ଶିଖର ସମ୍ମିଳନୀରେ ଇଜିପ୍ଟ, ୟୁଏଇ, ବହରିନ୍ ଓ ଟ୍ୟୁନିସିଆର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଯେ, ଚୀନ୍ ଆରବ ଷ୍ଟେଟ୍ କୋ ଅପରେଟିଭ ଫୋରମ୍‌ର ସ୍ଥାପନା ୨୦୦୪ ‌ରେ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.