ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା କଂଗ୍ରେସ ଏବଂ ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ର ପ୍ରାଥମିକତା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁକାଶ୍ମୀର ବାସୀଙ୍କୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି ।  ଗୁରୁବାର କହିଛନ୍ତି ଯେ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା କଂଗ୍ରେସ ଏବଂ ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ର ପ୍ରାଥମିକତା ଅଟେ । କଂଗ୍ରେସର ପୂର୍ବତନ ସଭାପତି ଏହା ମଧ୍ୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଏବଂ ଲଦାଖର ଲୋକଙ୍କ ପାଖକୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ଫେରାଇ ଆଣିବା ତାଙ୍କ ଦଳର ଲକ୍ଷ୍ୟ ।

ରାହୁଲ ଗାନ୍ଧୀ ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ଜାଣୁ ଯେ, ଆପଣ ଏକ କଠିନ ସମୟ ଦେଇ ଗତି କରୁଛନ୍ତି । ଆମର ରାଷ୍ଟ୍ରୀୟ ଘୋଷଣା ପତ୍ର ସ୍ପଷ୍ଟ ଯେ, ଜାମ୍ମୁକାଶ୍ମୀର ଏବଂ ଲଦାଖର ଲୋକଙ୍କୁ ସେମାନଙ୍କ ଲୋକତାନ୍ତ୍ରିକ ଅଧିକ ପୁଣିଥରେ ମିଳୁ । ଜାମ୍ମୁକାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଏବଂ ଏହାର ଲୋକଙ୍କ ନିକଟରେ ସେମାନଙ୍କ ଲୋକତାନ୍ତ୍ରିକ ଅଧିକାର ପହଞ୍ଚାଇବା ହେଉଛି କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ପ୍ରାଥମିକତା । କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ରାହୁଲ ଗାନ୍ଧୀ ଆଜି (ଗୁରୁବାର) ସକାଳୁ ଜାମ୍ମୁକାଶ୍ମୀରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି ।  

ଏହି ସମୟରେ ଗଡଗେ କହିଛନ୍ତି ଯେ, ଆପଣ ମାନେ ଦଳୀୟ କାର୍ଯ୍ୟକର୍ତ୍ତା ନୁହଁନ୍ତି ବରଂ ଆମ ପରିବାର । ନିର୍ବାଚନ ହେବାକୁ ଯାଉଛି ଜାଣିବା ମାତ୍ରେ ଆମେ ପ୍ରଥମେ ଜାମ୍ମୁ କାଶ୍ମୀରକୁ ଆସିବାକୁ ସ୍ଥିର କଲୁ, କାରଣ ଆମେ ପ୍ରତ୍ୟେକ ରାଜ୍ୟର ଲୋକଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଥିଲୁ ଯେ ଆମ ପାଇଁ ଜାମ୍ମୁ କାଶ୍ମୀରର ପ୍ରତିନିଧିତ୍ୱ ଏବଂ ସେମାନଙ୍କର ରାଜ୍ୟର ମାନ୍ୟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଇତିହାସରେ ସ୍ୱାଧୀନତା ପରେ ଅନେକ କେନ୍ଦ୍ରଶାସିତ ଅଂଚଳକୁ ରାଜ୍ୟରେ ପରିଣତ କରାଯାଇଛି, କିନ୍ତୁ ଏହା ହେଉଛି ଗୋଟିଏ ଉଦାହରଣ, ଯେଉଁଠାରୁ ରାଜ୍ୟର ମାନ୍ୟତା ଛଡାଇ ନେଇ କେନ୍ଦ୍ରଶାସିତ ଅଂଚଳ କରାଯାଇଛି । ଖଡଗେ ଆହୁରି ମଧ୍ୟ କହିଛନ୍ତି ଯେ, ଗାନ୍ଧୀଙ୍କର ଜାମ୍ମୁକାଶ୍ମୀର ସହ ରକ୍ତଗତ ସମ୍ପର୍କ ରହିଛି ଏବଂ ଭୋଟର ନିବେଦନ କରିଛନ୍ତି ଯେ, ସେମାନଙ୍କ ଭୋଟ ଦେଶ ଏବଂ ନାଗରିକଙ୍କ ସଂସ୍କୃତି ଓ ଅଧିକାରକୁ ବଞ୍ଚାଇବାରେ ଆବଶ୍ୟକତା ରହିଛି । 

“ଯଦି ଆମେ ଜାମ୍ମୁ କାଶ୍ମୀରରେ ନିର୍ବାଚନରେ ବିଜୟ ହାସଲ କରୁ ତେବେ ସମଗ୍ର ଭାରତ ଆମ ଅଧୀନରେ ରହିବ । ଯେତେବେଳେକି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ସହିତ ତାଙ୍କର ସମ୍ପର୍କ କେବଳ ପସନ୍ଦ କିମ୍ବା ନାପସନ୍ଦରେ ସୀମିତ ନୁହେଁ । ତାଙ୍କ ରକ୍ତ ଜମ୍ମୁକଶ୍ମୀର ସହ ଜଡିତ । ଆମେ ଆଶା କରୁଛୁ ଯେ ଜାମ୍ମୁ କାଶ୍ମୀର ନିର୍ବାଚନରେ ଆମ ସହ ଛିଡା ହେବ । କେଉଁଠାରେ ଏବଂ କେବେ ନିର୍ବାଚନ ଆରମ୍ଭ ହେବ ତାହା ବିଜେପି ସର୍ବଦା ସ୍ଥିର କରିଥାଏ । ସେମାନଙ୍କର ସମସ୍ତ କ୍ରୋଧ ଏବଂ ନିରାଶା କେବଳ କଂଗ୍ରେସ ଉପରେ ହିଁ ରହିଛି, କାରଣ ଅନ୍ୟ କୌଣସି ଦଳ ସେମାନଙ୍କୁ କଠୋର ପ୍ରତିଯୋଗିତା ଦେଇନାହାଁନ୍ତି । 

ସୂଚନାଥାଉକି, ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ହେଉଛି । ଯଥାକ୍ରମେ-ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ । ଆଉ ଏହାର ଫଳାଫଳ ଅକ୍ଟୋବର ୪ରେ ପ୍ରକାଶ ପାଇବ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.