ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନ୍ଦରରାମ ଫାଇନାନ୍ସର ୧ କୋଟି ୬୪ ଲକ୍ଷ ଟଙ୍କାର ଠକେଇ ମାମଲା, ୨ ଠକଙ୍କୁ ଜେଲ ଦଣ୍ଡାଦେଶ

ଭୁବନେଶ୍ଵର, ୨୪/୦୪ : ଜାଲ ଦସ୍ତାବିଜରେ ସୁନ୍ଦରରାମ ଫାଇନାନ୍ସର ୧ କୋଟି ୬୪ ଲକ୍ଷ ଟଙ୍କାର ଠକେଇ ମାମଲା। ୨ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କଲେ ବାଲେଶ୍ଵର ଓପିଆଇଡି କୋର୍ଟ। ଶଶିକାନ୍ତ ସାହୁ ଏବଂ ତାର ଭାଇ ଶ୍ରୀକାନ୍ତ ସାହୁଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶଶିକାନ୍ତଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ରାଶି ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲଦଣ୍ଡ ହେବ। ସେହିପରି ଶ୍ରୀକାନ୍ତ ସାହୁଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ରାଶି ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ସୁନ୍ଦରରାମ ଫାଇନାନ୍ସର ଆଞ୍ଚଳିକ ମ୍ୟାନେଜର ଭି.କିଶୋର କୁମାର ଦୁଇ ଭାଇଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏଥିରେ ସେ ଅଭିଯୋଗ କରିଥିଲେ ଯେ ଏନବିଏଫସି ସହ ଠକେଇ କରି ଜାଲ କାଗଜପତ୍ର ଜରିଆରେ ମିଛ ବ୍ୟକ୍ତିଙ୍କ ନାଁରେ ୧୩ଟି ଲୋନ ମାଧ୍ୟମରେ ୧ କୋଟି ୬୪ ଲକ୍ଷ ଋଣ ପ୍ରଦାନ କରିଥିଲେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.