ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛତିଶଗଡର ଦାନ୍ତେୱାଡାରେ ବଡ ଦୁର୍ଘଟଣା; ଖନନ ସମୟରେ ଭୁଶୁଡିଲା ଲୁହାପଥର ଖଣି, ୪ ଶ୍ରମିକ ମୃତ, ଅନେକ ପୋତି ହୋଇରହିଥିବା ସୂଚନା…

ନୂଆଦିଲ୍ଲୀ: ଛତିଶଗଡର ଦାନ୍ତେୱାଡା ଜିଲ୍ଲାର ବାଲାଡିଲା ଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ଲୁହାପଥର ଖଣିରେ ଖନନ ସମୟରେ ପଥର ଭୁଶୁଡି ପଡିବାରୁ ଅନେକ ଶ୍ରମିକ ପଥର ତଳେ ପୋତି ହୋଇ ରହିଛନ୍ତି । ଏହି ଘଟଣାରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏପର୍ଯ୍ୟନ୍ତ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ପଥର ଭୂସ୍ଖଳନ ହେତୁ ଏକ ପୋକଲେନ୍ ମେସିନ୍ ମଧ୍ୟ ପୋତି ହୋଇ ରହିଛି । 

ପାହାଡ ଖନନ କାର୍ଯ୍ୟ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାରା କରାଯାଉଥିଲା। ଦୁର୍ଘଟଣା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି, ଅନ୍ୟ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ବରିଷ୍ଠ ଅଧିକାରୀ ଏବଂ SDRF ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାସ୍ଥଳରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏହି ପୁରା ଘଟଣା କିରାଣ୍ଡୁଲ ପୋଲିସ ଷ୍ଟେସନ ଅଂଚଳରୁ ହୋଇଥିବା ଜଣାଯାଇଛି । ଏହି ଘଟଣାକୁ ଏସପି ଗୌରବ ରାୟ ନିଶ୍ଚିତ କରିଛନ୍ତି । ଏଥିସହ ଅବଶିଷ୍ଟ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବଡ ମେସିନ୍ ଲଗାଯାଇଛି । ଭୁଶୁଡି ପଡିଥିବା ଆବର୍ଜନା ଗୁଡ଼ିକୁ ବାହାର କରି ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଛି । ଘଟଣା ସ୍ଥଳର ଅନେକ ଫଟୋଗ୍ରାଫ୍ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ରିଲିଫ୍ କାର୍ଯ୍ୟ ଶୀଘ୍ର ଚାଲିଥିବାର ଦେଖିବାକୁ ମିଳୁଛି । 

 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.