ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ନଭେମ୍ବର ୧୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ, ଘୋଷଣା କଲେ ଶିକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ କଲବଲ କରୁଛି ବାୟୁ ପ୍ରଦୂଷଣ । ବାୟୁ ପ୍ରଦୂଷଣ ସ୍ତର ଦିନକୁ ଦିନ ବିପଜ୍ଜନକ ସ୍ତରକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ଆଜି (ରବିବାର) କହିଛନ୍ତି ଯେ ନଭେମ୍ବର ୧୦ ପର୍ଯ୍ୟନ୍ତ ସରକାର ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମୟ ମଧ୍ୟରେ, ବିଦ୍ୟାଳୟ ଗୁଡ଼ିକୁ ୬ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ କରିବାର ବିକଳ୍ପ ଦିଆଯାଇଛି । 

ଦିଲ୍ଲୀ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଅତିଶୀ କହିଛନ୍ତି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବିଶେଷକରି ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହି କାରଣରୁ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୧୦ ନଭେମ୍ବର ୨୦୨୩ ସୁଦ୍ଧା ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ସୂଚନାଥାଉକି ଯେ, ରବିବାର ଦିନ ମଧ୍ୟ ଦିଲ୍ଲୀରେ ଲୋକମାନେ ପ୍ରଦୂଷଣରୁ ମୁକ୍ତି ପାଇନାହାଁନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଦିଲ୍ଲୀର ଶାଦିପୁର ଅଞ୍ଚଳର ଲୋକଙ୍କୁ ସର୍ବାଧିକ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡିଛି । ଗତ ତିନି ଦିନ ଧରି ଦିଲ୍ଲୀର ବାୟୁ ଗୁଣବତ୍ତା ସ୍ତର ଗୁରୁତର ବର୍ଗରେ ରହିଆସିଛି । ଦିଲ୍ଲୀର ଇଣ୍ଡିଆ ଗେଟ୍ ଅଞ୍ଚଳରେ ପ୍ରଦୂଷଣ ପରିସ୍ଥିତି ମଧ୍ୟ ଗୁରୁତର ରହିଛି । ଦିଲ୍ଲୀର କୁତବ ମିନାର ଅଞ୍ଚଳରେ ଡ୍ରୋନ୍ ସାହାଯ୍ୟରେ ନିଆଯାଇଥିବା ଚିତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଧୂଆଁ ସ୍ତର ରହିଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଆଗାମୀ କିଛି ଦିନ ଧରି ଏହି ପରିସ୍ଥିତି ଜାରି ରହିବ । 

 

 

Copyright © 2022 - Summa Real Media Private Limited. All Rights Reserved.