ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅସୁରନ ପରେ ପ୍ରସିଦ୍ଧ ସଂଗୀତକାରଙ୍କ ଭୂମିକାରେ ନଜର ଆସିବେ ଧନୂଷ

ନୂଆଦିଲ୍ଲୀ, ୨୦/୩ :  କ୍ୟାପଟେନ ମିଲର ପରେ ସୁପରଷ୍ଟାର ଧନୁଷ ନିଜ ନୂଆ ଫିଲ୍ମର ଘୋଷଣା କରିଛନ୍ତି । ଧନୁଷ ଫିଲ୍ମରେ ସବୁବେଳେ ନିଜର ଭିନ୍ନ ଭିନ୍ନ ଭୂମିକା ଏବଂ ଅଭିନୟ ଲାଗି ଜଣାଶୁଣା । ନିଜ ଆଗାମୀ ଫିଲ୍ମରେ ବି ସେ କିଛି ଏଭଳି କରୁଥିବା ନଜର ଆସିବାରେ ଅଛନ୍ତି । ଧନୁଷଙ୍କ ଆଗାମୀ ଫିଲ୍ମ ପ୍ରସିଦ୍ଧ ସଂଗୀତକାର, ଗୀତିକାର ଏବଂ ଗାୟକଙ୍କ ବାୟୋପିକ ଅଟେ । ଯାହାର ନାଁ ଇଲାୟାରାଜା ଅଟେ । ବୁଧବାର ଇସାଇଗନାନୀ ଇଲାୟାରାଜା, ଉଲାଗା ନାୟଗନ କମଲ ହାସନ ଏବଂ ଧନୁଷ ଏହି ଫିଲ୍ମର ଘୋଷଣା କରିଛନ୍ତି । ଇସାଇଗନାନୀ ଇଲାୟାରାଜା ଏବଂ କମଲ ହାସନ ଫିଲ୍ମର ପ୍ରଥମ ପୋଷ୍ଟର ବି ରିଲିଜ କରିଛନ୍ତି ।

ଫିଲ୍ମ ଇଲାୟାରାଜାଙ୍କ ନିର୍ଦ୍ଦେଶନା ଅରୁଣ ମାଥେଶ୍ବରନ କରିବେ । ଏହା ପୂର୍ବରୁ ସେ ଧନୁଷଙ୍କ ଫିଲ୍ମ କ୍ୟାପ୍ଟେନ ମିଲରର ନିର୍ଦ୍ଦେଶନା କରିଥିଲେ । ସେହିଭଳି ଫିଲ୍ମରେ ନୀରବ ଶାହ ସିନେମାଟୋଗ୍ରାଫୀ ସମ୍ଭାଳିବେ ଏବଂ ଇସାଇଗନାନୀ ଇଲାୟାରାଜା ସଂଗୀତ ସାମ୍ଭାଳିବେ । ଧନୁଷଙ୍କ ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ ଯାହା ତାମିଲ, ତେଲୁଗୁ, ମଲୟାଲମ, କନ୍ନଡ଼ ଏବଂ ହିନ୍ଦୀରେ ରିଲିଜ ହେବାର ସୂଚନା ଦିଆଯାଇଛି । ଏହି ଫିଲ୍ମର ନିର୍ମାଣ କରିବା ଲାଗି କନୋକ୍ଟିକଟ ମିଡ଼ିଆ, ପିକେ ପ୍ରାଇମ ପ୍ରଡକ୍ଶନ ଏବଂ ମର୍କୁରୀ ମୁଭିଜ ହାତ ମିଳାଇଛନ୍ତି । ମୁଖ୍ୟ କଳାକାର ଏବଂ କ୍ରିୟୁ ମେମ୍ବରଙ୍କ ସୂଚନା ଆଗାମୀ ଦିନରେ ଘୋଷଣା କରାଯିବ । 




ଏହା ବ୍ୟତୀତ ଧନୁଷ ପୁଣି ଗୋଟିଏ ଫିଲ୍ମ ନେଇ ଆସିବାରେ ଅଛନ୍ତି, ଯାହାର ନାଁ ରାୟନ ଅଟେ । ଧନୁଷ ଏହି ଫିଲ୍ମର ସୁଟିଂ ୨୦୨୩ଜୁଲାଇରେ ଆରମ୍ଭ କରିଥିଲେ । ସେତେବେଳେ ଯେଉଁ ପୋଷ୍ଟର ସହ ଘୋଷଣା ହୋଇଥିଲା ସେଥିରେ ଧନୁଷଙ୍କୁ କ୍ଲିନସେଭ ଲୁକରେ ଦେଖାଯାଇଥିଲା ଏବଂ ଫିଲ୍ମର ନାଁ ଡି ୫୦କୁହାଯାଇଥିଲା । ଧନୁଷ ଶେ‌‌ଷ ଥର ଫିଲ୍ମ କ୍ୟାପ୍ଟେନ ମିଲରରେ ନଜର ଆସିଥିଲେ । ଏହି ଫିଲ୍ମ ସ୍ବାଧୀନତା ପୂର୍ବରୁ ଥିବା ଏକ ଆକ୍ସନ ଆଡଭେଞ୍ଚର ଡ୍ରାମା ଥିଲା । ଏଥିରେ ଶିବ ରାଜକୁମାର, ପ୍ରିୟଙ୍କା ମୋହନ, ନିବେଦିତା ସତିଶ, ଜୋନ କୋକେନ ଏବଂ ମୁର ମୁଖ୍ୟ ଭୂମିକାରେ ଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.