ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଡ଼ୁଆରେ ଡୋନାଲ୍ଡ ଟ୍ରମ୍ପ, କେମିତି ଲଢ଼ିବେ ରାଷ୍ଟ୍ରପତି ନିର୍ବାଚନ ?

ଓ୍ବାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆମେରିକା ଇତିହାସରେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏ ବଡ଼ ଅପରାଧିକ ମାମଲାରେ ଛନ୍ଦି ହୋଇଛନ୍ତି । ମାମଲା ହେବା ପାଖରୁ ନିଜକୁ ନିର୍ଦ୍ଦୋଷ ଦାବି କରି ଆସିଥିବା ଟ୍ରମ୍ପ ଏବେ ଦୋଷୀ ସାବ୍ୟସ୍ତ ହେବା ପରେ ଏହାକୁ ବିରୋଧୀଙ୍କ ଏକ ଚାଲ ବୋଲି ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ନଭେମ୍ବର ମାସରେ ଆମେରିକାରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଏଭଳି ସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନା ନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଟ୍ରମ୍ପଙ୍କୁ କେତେ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ଏହା ତାଙ୍କର ନିର୍ବାଚନୀ ପ୍ରଚାର ଉପରେ କଣ ପ୍ରଭାବ ପକାଇବ ? 

ଟ୍ରମ୍ପଙ୍କୁ ଆମେରିକୀୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । କିନ୍ତୁ ଏବେ ତାଙ୍କୁ ଦଣ୍ଡାଦେଶ ଦିଆଯାଇ ନାହିଁ । ଜୁଲାଇ ୧୧ରେ ତାଙ୍କୁ କଣ ଦଣ୍ଡ ଦିଆଯିବ ସେନେଇ କୋର୍ଟ ରାୟ ଦେବେ । ନିୟମ ଅନୁସାରେ ତାଙ୍କୁ ସର୍ବାଧିକ ୪ ବର୍ଷ ଜେଲଦଣ୍ଡ ମିଳିପାରେ । ସବୁଠୁ ବଡ଼ କଥା ହେଉଛି ରିପବ୍ଲିକାନ୍‌ ପାର୍ଟିର ଅଧିବେଶନର ଠିକ ପୂର୍ବରୁ ଟ୍ରମ୍ପଙ୍କୁ ସଜା ଦେବେ କୋର୍ଟ । ଜୁଲାଇ ୧୫ରେ ହେବାକୁ ଥିବା ଅଧିବେଶନରେ ଟ୍ରମ୍ପଙ୍କୁ ଔପଚାରିକ ଭାବରେ ପାର୍ଟିର ରାଷ୍ଟ୍ରପତି ପାର୍ଥୀ ବୋଲି ଘୋଷଣା କରାଯିବାର ଥିଲା । ତାଙ୍କୁ ଦଣ୍ଡାଦେଶ ମିଳିବା ପରେ ନଭେମ୍ବର ୫ରେ ଥିବା ନିର୍ବାଚନ ଉପରେ ଏହା ସିଧାସଳଖ ପ୍ରଭାବ ପକାଇବ । ତେବେ ପୂର୍ବରୁ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଭିଯୁକ୍ତଙ୍କୁ କମ୍‌ ଦଣ୍ଡ କିମ୍ବା ଜରିମାନା ଲାଗିଥିବାର ଦେଖିବାକୁ ମିଳିଛି । 

ଆମେରିକୀୟ ନିୟମ ଅନୁସାରେ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଟ୍ରମ୍ପ ନିର୍ବାଚନ ଲଢ଼ିପାରିବେ । କୋର୍ଟରୁ ଫଇସଲା ଆସିବା ପରେ ପରେ ଟ୍ରମ୍ପଙ୍କ ପ୍ରଚାର ଟିମ୍‌ ଚାନ୍ଦା ଏକାଠି କରିବା ଲାଗି ଅପିଲ କରିଛନ୍ତି । ଆଉ ଏହାର ଟାଇଟଲରେ ‘ମୁଁ ଜଣେ ରାଜନୈତିକ କଏଦୀ’ ବୋଲି ଲେଖାହୋଇଛି । ସେପଟେ ଆମେରିକୀୟ ସମ୍ବିଧାନ ଅନୁସାରେ, ଟମ୍ପ ନିର୍ବାଚନ ଲଢ଼ିପାରିବେ । ସମ୍ବିଧାନରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିବା ବେଳେ ସେ ଆମେରିକାର ନାଗରିକ ହୋଇଥିବା ଆବଶ୍ୟକ ବୋଲି ଉଲ୍ଲେଖ ଅଛି । ଏହାର ଅର୍ଥ ଜେଲ ଗଲେ ମଧ୍ୟ ସେଠାରୁ ନିର୍ବାଚନ ଲଢ଼ିପାରିବେ ଡୋନାଲ୍ଡ ଟ୍ରମ୍ପ । 

ଅନ୍ୟପଟେ ଜେଲରେ ଟ୍ରମ୍ପଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଏକ ଆଶଙ୍କା ପ୍ରକାଶ ପାଇଛି । କାରଣ ସେଠାରେ ସିକ୍ରେଟ୍‌ ସର୍ଭିସ୍‌ର ଯବାନମାନେ ତାଙ୍କ ସୁରକ୍ଷାରେ ରହିବେ ନାହିଁ । ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୩୪ଟି ମାମଲା ଥିଲା । ନିର୍ବାଚନ ଫଳାଫଳରେ ହେରଫେର, ସେକ୍ସୁଆଲ୍‌ ଏନକାଉଣ୍ଟର ଏବଂ ଲାଞ୍ଚ ଦେଇ ମୁହଁ ବନ୍ଦ କରିବା ଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

 

  • Donald Trump
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.