ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଝଟକୁଛି ରାଜଧାନୀ, ଆଲୋକମାଳାରେ ଝଲସିଲାଣି ସହର

ଭୁବନେଶ୍ୱର,୦୧/୦୨: ସହର ସାରା  ଅ, ଆ, ଈ, ଇ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଯେତେ ପାଖଉଛି, ରାଜଧାନୀ ସେତେ ଚମକୁଛି । ଏହି ମହାକୁମ୍ଭ ପୂର୍ବରୁ ଭୁବନେଶ୍ୱର  ଆଲୋକମାଳାରେ ଝଲସିଲାଣି । ଗଳି ଗଳିରେ ଝୋଟି ପକାଇ ସ୍ୱାଗତ କରିବେ ୱାର୍ଡବାସୀ ।

ବିଶ୍ୱ ଭାଷା ସମ୍ମିଳନୀ ଜନତା ମଇଦାନରେ  ଅନୁଷ୍ଠିତ ହେବ । ତା ପୂର୍ବରୁ ସବୁଠି ଶୋଭା ପାଉଛି ଓଡ଼ିଆ ବର୍ଣ୍ଣବୋଧ ମାଳା । ଅକ୍ଷର ଥିମ୍‌ରେ ଅଧିକାଂଶ  ସ୍ଥାନ ସଜେଇ ହୋଇଛି । ନିମନ୍ତ୍ରଣପତ୍ରରୁ ଆରମ୍ଭ କରି ଝୋଟି ପର୍ଯନ୍ତ ସବୁଠି ଓଡିଆ ଭାଷାର ଝଲକ ।  ଜନତା ମଇଦାନ, ପ୍ରଦର୍ଶନୀ ପଡିଆ ରାସ୍ତାକୁ ସଜା  ହୋଇଛି । ଗଛରେ ସୁନ୍ଦର ସୁନ୍ଦର ଅଳଙ୍କାର ଆଲୋକ  ମାଳାରେ ସଜେଇ ହୋଇଛି । ଏକାମ୍ର ହାଟ ଭିତରେ  ନାଇଟ୍‌ ମାର୍କେଟ ପାଇଁ ସ୍ୱତନ୍ତ୍ର ଷ୍ଟଲ ପଡିବ । ଏହି  ସହ ଯେଉଁଠାରେ ଆମ ବ୍ୟଞ୍ଜନ କାର୍ଯ୍ୟକ୍ରମ ହେବ  ସେଠାରେ ସ୍ୱତନ୍ତ୍ର ଭାବେ ସଜା ହୋଇଛି । ଲୋକେ  ଖାଇବା ସାଙ୍ଗକୁ ନାଚଗୀତର ମଜା ନେବେ । ବିଭିନ୍ନ  ସ୍ଥାନରେ ସେଲ୍ଫି ପଏଣ୍ଟ ଖୋଲିବ । ଭାଷା ସମ୍ମିଳନୀ  ପାଇଁ ରାଜ୍ୟ ବାହାରୁ ଅତିଥି ଆସିବେ । ତେଣୁ  ଏୟାରପୋର୍ଟ ରାସ୍ତାରୁ ଏଜି ଛକ, ମେଫେୟାର  ରାସ୍ତା,ପଟିଆ, ଜୟଦେବ ଭବନ ରାସ୍ତାକୁ ଲାଇଟ୍‌ରେ  ସଜାହୋଇଛି । 

ସେହିପରି ସବୁ ଟ୍ରାଫିକ୍‌ ପୋଷ୍ଟରେ  ଓଡ଼ିଆ ଲେଖା ହୋଇଛି । ବିଏମ୍‌ସି ୬୭ ୱାର୍ଡରେ  ଅସ୍ମିତା ରଥ ବୁଲିବ । ଝୋଟି ପଡ଼ିବ । ଦିନ ୧୧ଟା  ବେଳେ ଉଦ୍‌ଘାଟନର ସିଧା ପ୍ରସାରଣ କରାଯିବ ।  ବନ୍ଦେ ଉତ୍କଳ ଜନନୀ ଗୀତ ବୋଲିବେ ୱାର୍ଡବାସୀ ।  ବିଏମସି ଅଞ୍ଚଳରେ ଥିବା ସ୍କୁଲରେ ଓଡ଼ିଆ  ଭାଷା ଶୀର୍ଷକକୁ ନେଇ ବିଭିନ୍ନ ପ୍ରତିଯୋଗିତା  କରାଯିବ । ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ।  ସେହିପରି ସହର ପରିମଳକୁ କିପରି ସର୍ବୋଚ୍ଚ  ସ୍ଥାନ ଦିଆଯିବ ତାହାକୁ ଗୁରୁତ୍ୱ ଦିଆଯାଇଛି ।  ରାତିରେ ସଫେଇ ହେବ । ପୂରା ଅଞ୍ଚଳ ଚକାଚକ  କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.