ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟ୍ରେଞ୍ଜରେ ପଡି ହାତୀ ଗୁରୁତର, ବନ ବିଭାଗ ପାଖରେ ନଥିଲା ଖବର, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନୀଳଗିରି,୨୮/୫ : ପଦାରେ ପଡିଲା କୁଳଡିହା ବନ ବିଭାଗର ଅପାରଗତା। ଗୋଟିଏ ପରେ ଗୋଟିଏ ହାତୀଙ୍କର ଅଭୟାରଣ୍ୟରେ ମୃତ୍ୟୁ ହୋଇ ଚାଲିଛି। ଏବେ ଟ୍ରେଞ୍ଜ୍‌ରେ ପଡି ପୁଣି ଏକ ହାତୀ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି। ହାତୀଟି ଝରଣାଘାଟି ବିଟ୍ ଚମଚଟା ଜଙ୍ଗଲ ଭିତରେ ଖୋଳା ଯାଇଥିବା ଟ୍ରେଞ୍ଜ୍‌ରେ ଗଳି ପଡ଼ିଛି। ତେବେ ବନ ବିଭାଗ ପାଖରେ ଏନେଇ କୌଣସି ଖୋଜ ଖବର ନଥିଲା। ଶେଷରେ ଖବର ପାଇ ସୋମବାର ନୀଳଗିରି ଅଗ୍ନିଶମ ବାହିନୀ ଏକ ଜେସିବି ସହାୟତାରେ ହାତୀକୁ ଉଦ୍ଧାର କରିଛି। 

ହାତୀଟି ଅସୁସ୍ଥ ହୋଇ ଜୀବନ ମରଣ ସହିତ ସଂଘର୍ଷ କରୁଛି। ତେବେ ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀ ଅସୁସ୍ଥ ହେବା ଓ ଶିକାରୀ ଗୁଳିରେ ଜୀବନ ଯିବା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ଏଭଳି ହେଲେ ଅଭୟାରଣ୍ୟରେ ହାତୀ ବଂଶ ସୂନ ହୋଇଯିବ ବୋଲି କୁହାଯାଉଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.