ବାଲିଗୁଡ଼ା, ୧୭/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବାନାଞ୍ଚଳ ଅନ୍ତର୍ଗତ ଲଣ୍ଡାଗାଁ ସେକ୍ସନର ଖମନଖୋଲ ଓ ଲଣ୍ଡା ଗାଁ ଅଞ୍ଚଳରେ ୮ ଟିକିଆ ହାତୀପଲ l ପଡ଼ୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ ସୀମାନ୍ତ ଖମନଖୋଲ ଓ ଲଣ୍ଡାଗାଁ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି l ଫରେଷ୍ଟର ଗିରିଶଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଫରେଷ୍ଟର ଟିକେଶ୍ୱର ବେହେରା ସମେତ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ହାତୀପଲକୁ ଘଉଡ଼ାଇବାକୁ ପ୍ରୟାସ ଜାରି ରଖିଛି l
ଏହି ହାତୀପଲରେ ଗୋଟିଏ ଦନ୍ତା ହାତୀ ସମେତ ପାଞ୍ଚଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ଥିବା ଜଣାପଡ଼ିଛି l ହାତୀପଲ କଣ୍ଟାମାଳ ବାନଞ୍ଚଳର ନାରାୟଣ ପ୍ରସାଦ ଲଦେନ୍ ଗାଁରୁ ଆସି ବାଲିଗୁଡ଼ା ବାନଞ୍ଚଳର ମୁଠାବାଲି ଦେଇ ଖମନଖୋଲ ନିକଟସ୍ଥ ଦାରାସିଂ ଜଙ୍ଗଲରେ ରହୁଥିଲେ। ପରେ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅନାଗୁଳ ସଂରକ୍ଷିତ ଜଙ୍ଗଲରେ ରହୁଥିବା କହିଛି ବନବିଭାଗ l ଘଟଣା ସ୍ଥଳରେ ବାଲିଗୁଡ଼ା ଡିଏଫଓ ବିଶ୍ବରଞ୍ଜନ ପଣ୍ଡା ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି l ଗ୍ରାମବାସୀଙ୍କୁ ଭୟଭୀତ ନହେବାକୁ ସଚେତନ କରୁଛି ବନବିଭାଗ l