ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଧା ହେଲେ ଠକ ଆକାଉଣ୍ଟାଣ୍ଟ, କମ୍ପାନୀରୁ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ଵର, ୦୯/୦୫ : କମ୍ପାନୀରୁ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଠକେଇ ଅଭିଯୋଗରେ ବନ୍ଧା ହେଲେ ଠକ ଆକାଉଣ୍ଟାଣ୍ଟ। ସିଲ୍‌କୋଟ ଷ୍ଟ୍ରକଚରାଲ ପ୍ରାଇଭେଟ ଲିମିଟେଡ କମ୍ପାନୀର ଆକାଉଣ୍ଟାଣ୍ଟ ସରୋଜ କୁମାର ମହାନ୍ତିଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି। ତାଙ୍କ ନାମରେ ୨ କୋଟି ୬୩ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରହିଛି। ସରୋଜଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। 

ସୂଚନାନୁଯାୟୀ, ଜଗତସିଂହପୁର ଜିଲ୍ଲା କାଳିଆବୋରା ଗ୍ରାମର ସରୋଜ କୁମାର ମହାନ୍ତି ସିଲ୍‌କୋଟ ଷ୍ଟ୍ରକଚରାଲ ପ୍ରାଇଭେଟ ଲିମିଟେଡ କମ୍ପାନୀର ତତ୍କାଳୀନ ଆକାଉଣ୍ଟାଣ୍ଟ ଥିଲେ। ସେହି ସମୟରେ ସେ କମ୍ପାନୀର ବ୍ୟାଙ୍କଗୁଡିକ ସହିତ ଆର୍ଥିକ କାରବାର ପରିଚାଳନା ଏବଂ ନିୟନ୍ତ୍ରଣ କରୁଥିଲେ। ସମସ୍ତ ବ୍ୟାଙ୍କ ସମ୍ବନ୍ଧୀୟ କାରବାର, ଟିକସ, ବାଲାନ୍ସ ସିଟ୍ ଏବଂ ଲାଭ ଏବଂ କ୍ଷତି ଆକାଉଣ୍ଟ ଦେଖୁଥିଲେ। ଏହାର ସୁଯୋଗ ନେଇ ସେ ଜାଲ୍ ଦସ୍ତାବିଜ୍ ବ୍ୟବହାର କରି କମ୍ପାନୀରୁ ୨ କୋଟି ୬୩ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଏନେଇ କମ୍ପାନୀର ନିର୍ଦ୍ଦେଶକ ବିଶ୍ଵଜିତ ଭୂୟାଁ ଥାନାର ଦ୍ଵାରସ୍ଥ ହୋଇଥିଲେ। ଏହାପରେ ଇଓଡବ୍ଲ୍ୟୁ ତଦନ୍ତ ଆରମ୍ଭ କରିଥିଲା। ଆକାଉଣ୍ଟାଣ୍ଟ ସରୋଜ ମହାନ୍ତି ୨୦୧୫-୧୬ ଏବଂ ୨୦୧୭-୧୮ରେ କମ୍ପାନୀ ଠାରୁ ଏହି ଠକେଇ କରିଥିବା ତଦନ୍ତରୁ ଜଣାପଡ଼ିଥିଲା। 










  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.