ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବଦଳିଲେ ୩ ଆରଡିସି, ଦେଓ ରଞ୍ଜନ କୁମାର ସିଂହ ହେଲେ ଏସଆରସି

ଭୁବନେଶ୍ୱର, ୨୧।୮: ରାଜ୍ୟରେ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ  କରାଯାଇଛି। ରାଜ୍ୟ  ସରକାର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି।  ୩ ଆରଡିସି ଓ ଏସଆରସି  ମଧ୍ୟ ବଦଳିଛନ୍ତି। ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଉତ୍ତରାଞ୍ଚଳ ଆରଡିସିଙ୍କୁ ପରିବର୍ତ୍ତନ କରାଯାଇଛି।   ବି ପରମେଶ୍ବରନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି, ରୂପାରୋସନ ସାହୁଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଓ ସଚିନ ରାମଚନ୍ଦ୍ର ଯାଦବଙ୍କୁ ଉତ୍ତରାଞ୍ଚଳ ଆରଡିସି ନିଯୁକ୍ତ କରାଯାଇଛି। ଦେଓରଞ୍ଜନ କୁମାର ସିଂହଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହ ଏସଆରସି ଦାୟିତ୍ବ ଦିଆଯାଇଛି।

 ସେହିପରି ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ବ ମିଳିଛି। ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି  । ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗ ପ୍ରମୁଖ ସଚିବ, ବିଷ୍ଣୁ ସେଠୀଙ୍କୁ  ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରମୁଖ ସଚିବ ଭାବେ ନିଯୁକ୍ତ  କରାଯାଇଛି।  

ସେହିପରି   ଉଷା ପାଢୀ ହେଲେ ନଗର ଉନ୍ନୟନ ବିଭାଗ ସଚିବ । ଏଥିସହ ସେ ବାଣିଜ୍ୟ ଓ ପରିବହନ ସଚିବ ଦାୟିତ୍ବରେ ବି ରହିବେ। ବିଶାଳ ଗଗନଙ୍କୁ ଦିଲ୍ଲୀସ୍ଥିତ ଓଡ଼ିଶା ଆବସିକ କମିଶନର,  ଏନ୍‌ ବି ଏସ୍‌ ରାଜପୁତଙ୍କୁ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶାଳିନୀ ପଣ୍ଡିତଙ୍କୁ ପରିବର୍ତ୍ତନ କରାଯାଇ   ସ୍କୁଲ ଓ ଗଣଶିକ୍ଷା ସଚିବ  ଓ  ଅସ୍ବସ୍ଥି ଏସ୍‌ଙ୍କୁ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ ଦିଆଯାଇଛି।  

ସେହିପରି ବଲୱନ୍ତ ସିଂହଙ୍କୁ ପର୍ଯ୍ୟଟନ ବିଭାଗ ସଚିବ,  ଯାମିନୀ ଷଡ଼ଙ୍ଗୀଙ୍କୁ  CT&GST କମିଶନର, ଏନ୍‌ ଥିରୁମାଲା ନାଏକଙ୍କୁ ବିଡିଏ ଉପାଧ୍ୟକ୍ଷ,  ସମର୍ଥ ବିଭାଗଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ଓ  ଅନନ୍ୟା ଦାସଙ୍କୁ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.