ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅର୍ଥନୀତି ପାଇଁ ଭଲ ରହିବ ୨୦୨୪-୨୫ ଆର୍ଥିକ ବର୍ଷ: ଦରଦାମ କମିବ, ଅର୍ଥନୀତିରେ ଦେଖାଦେବ ଉତ୍ସାହ

ନୂଆଦିଲ୍ଲୀ,୨୪/୦୩: ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ଥିବା ସତ୍ତେ୍ୱ ଭାରତୀୟ ଅର୍ଥବ୍ୟବସ୍ଥା ଦମ୍‌ଦାର ପ୍ରଦର୍ଶନ କରୁଛି ।  ଆଗାମୀ ମାସଗୁଡ଼ିକରେ ଦେଶରେ ଦରଦାମ କମିବା ଆଶା ରହିଛି । ଘରୋଇ ନିବେଶ ବଢୁଛି ।  ବଜାରରେ ଚାହିଦା ମଜଭୁତ ରହିଛି ଏବଂ  ବେକାରି ହାର କମୁଛି । ଭାରତୀୟ ଅର୍ଥବ୍ୟବସ୍ଥା  ପାଇଁ ୨୦୨୪-୨୫ ଆର୍ଥିକବର୍ଷ ସାନ୍‌ଦାର ରହିବ ବୋଲି ଅନୁମାନ କରିଛି ଅର୍ଥ ମନ୍ତ୍ରାଳୟ । 

ତେବେ ଆସନ୍ତା ଆର୍ଥିକବର୍ଷରେ ଚଳନ୍ତି  ଖାତା ନିଅଣ୍ଟ(ସିଏଡି) ଉପରେ ନଜର ରଖିବାକୁ  ହେବ ବୋଲି ମନ୍ତ୍ରାଳୟ କହିଛି । ଶୁକ୍ରବାର  ଜାରି ହୋଇଥିବା ଫେବ୍ରୁଆରୀ ମାସର ମାସିକ  ଅର୍ଥନୈତିକ ସମୀକ୍ଷାରେ ମନ୍ତ୍ରାଳୟ ପ୍ରକାଶ  କରିଛି ଯେ, ଗତ ଦୁଇଟି ତ୍ରୟମାସରେ ଦ୍ରୁତ  ବୃଦ୍ଧି ପରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି  ୨୦୨୩-୨୪ ଆର୍ଥିକବର୍ଷର ତୃତୀୟ ତ୍ରୟମାସରେ  ୬ଟି ତ୍ରୟମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଲଗାତର ତୃତୀୟ ଥର ଏହା ୮%ରୁ ଅଧିକ  ରହିଛି । ମଜଭୁତ ଚାହିଦା ଯୋଗୁ ବିନିର୍ମାଣ  ଏବଂ ନିର୍ମାଣ ଗତିବିଧି ବଢ଼ିଛି । ଫଳରେ ତୃତୀୟ ତ୍ରୟମାସରେ ଜିଡିପି ଅଭିବୃଦ୍ଧିକୁ ବଳ ମିଳିଛି ।  

ମାସିକ ସମୀକ୍ଷାରେ କୁହାଯାଇଛି ଯେ,  ମୁଦ୍ରାସ୍ଫୀତି ଲଗାତର ଷଷ୍ଠ ମାସରେ ଆର୍‌ବିଆଇର  କମ୍ଫର୍ଟ ଜୋନ୍‌ରେ ରହିଛି । ସାଧାରଣ ମୁଦ୍ରାସ୍ଫୀତି କମୁଛି । ଫଳରେ ଦର୍‌ଦାମ୍‌ ଖସିଥିବା  ଜଣାପଡୁଛି । ଖାଉଟି ମୂଲ୍ୟସୂଚୀ ଆଧାରିତ  ଖୁଚୁରା ମୁଦ୍ରାସ୍ଫୀତି ଫେବ୍ରୁଆରୀରେ ୫.୦୯% ସହିତ୪ ମାସର ନିମ୍ନ ସ୍ତରକୁ ଖସିଆସିଛି ।  ତେବେ ଖାଦ୍ୟ ମୁଦ୍ରାସ୍ଫୀତି ବର୍ଷେ ପୂର୍ବେ  ୫.୯% ଥିବାବେଳେ ଏବେ ୮.୬୬% ରହିଛି । ଫେବ୍ରୁଆରୀରେ ଶସ୍ୟ କ୍ଷେତ୍ରରେ ଦରବୃଦ୍ଧି ହାର  ୭.୬% ରହିଛି । ସେହିଭଳି ଡାଲି ଦର ୧୮.୯%  ଉପରେ ରହିଛି । ମୁଦ୍ରାସ୍ଫୀତିକୁ ୨ରୁ ୬% ମଧ୍ୟରେ  ରଖିବା ପାଇଁ ସରକାର ଆର୍‌ବିଆଇକୁ ଦାୟିତ୍ୱ  ଦେଇଛନ୍ତି । 

ମନ୍ତ୍ରାଳୟ ପ୍ରକାଶ କରିଛି ଯେ,  ବିମାନ ଯାତ୍ରୀ ପରିବହନ ବୃଦ୍ଧି, ଯାତ୍ରୀବାହୀ  ଯାନ ବିକ୍ରି ବଢ଼ିବା, ଡିଜିଟାଲ ପେମେଣ୍ଟ ସଂଖ୍ୟା  ବୃଦ୍ଧି ଏବଂ ଖାଉଟିଙ୍କ ଆସ୍ଥାରୁ ଜଣାପଡୁଛି ଯେ,  ଘରୋଇ ଚାହିଦା ମଜଭୁତ ହେଉଛି । ଛୋଟ  ସହରରେ ଘର ଚାହିଦା ବଢୁଛି । ଫଳରେ  ନିର୍ମାଣ ଗତିବିଧି ବଢ଼ିବ । ମନ୍ତ୍ରାଳୟ ପ୍ରକାଶ  କରିଛି ଯେ, ଭୁ-ରାଜନୈତିକ ସମସ୍ୟା, ସାମଗ୍ରୀ  ଦରରେ ଉତ୍‌ଥାନ ପତନ ଏବଂ ବିଶ୍ୱବ୍ୟାପୀ ସୁଧ  ହାର ବୃଦ୍ଧି ଭଳି ପରିସ୍ଥିତି ସତ୍ତେ୍ୱ ଭାରତୀୟ  ପୁଞ୍ଜି ବଜାର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ  କରିଛି । ଭାରତୀୟ ଅର୍ଥନୀତିର ମୂଳଦୁଆ  ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି ।  

ସମୀକ୍ଷାରେ ଆହୁରି କୁହାଯାଇଛି ଯେ,  ମୁଦ୍ରାସ୍ଫୀତି ସ୍ଥିର ଅଛି । ନିବେଶ ସ୍ଥିତି ଭଲ  ରହିଛି । ନିଯୁକ୍ତି ବଜାରରେ ସୁଧାର ଘଟୁଛି । ଏଭଳି ସ୍ଥିତିରେ ବିଶ୍ୱ ସ୍ତରରେ ଆହ୍ୱାନଗୁଡ଼ିକ  ସତ୍ତେ୍ୱ ୨୦୨୪-୨୫ ଭାରତ ପାଇଁ ଭଲ ରହିବ  ବୋଲି ଅନୁମାନ । ମନ୍ତ୍ରାଳୟ ପ୍ରକାଶ କରିଛି ଯେ, ଅନ୍ତର୍ଜାତୀୟ ବଜାରରେ କମୋଡିଟି ଦର କମିବା  ଫଳରେ ଚଳିତ ଆର୍ଥିକ ବର୍ଷ ବାଣିଜ୍ୟିକ ନିଅଣ୍ଟ  ଖସିବା ଆଶା ରହିଛି । ନେଟ୍‌ ସେବା ରିସିପ୍ଟ  ବଢ଼ିବା ଦ୍ୱାରା ଚଳନ୍ତି ଆକାଉଣ୍ଟ ବାଲାନ୍ସରେ  ସୁଧାର ଆସିପାରେ । ତେବେ ୨୦୨୪-୨୫ରେ  ଚଳନ୍ତି ଖାତା ନିଅଣ୍ଟ ଉପରେ ନଜର ରଖିବାକୁ  ପଡ଼ିବ ବୋଲି ମନ୍ତ୍ରାଳୟ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.