ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଜାତୀୟସ୍ତରରେ ଚମକୁଛନ୍ତି ଅଲିଭା- ଚିନ୍ମୟୀ, ଦେୟମୁକ୍ତ ଭାବେ ଓଡ଼ିଆରେ ଜ୍ଞାନ ବାଣ୍ଟୁଛନ୍ତି...

Published By : Prameya | March 17, 2024 10:07 AM

ପୁରୀ,୧୭/୦୩: ହାତ ପାଆନ୍ତାରେ ଏବେ ଉପଲବ୍ଧ ସାରା ଦୁନିଆର ତଥ୍ୟ । ଜ୍ଞାନର ଗନ୍ତାଘର ସାଜିଛି ୱିକିପିଡିଆ । ଇଣ୍ଟରନେଟ୍‌ରେ  କିଛି ଖୋଜିବା ମାତ୍ରେ ସର୍ବପ୍ରଥମେ ୱିକିପିଡିଆର  ତଥ୍ୟ ହିଁ ନଜର ଆସିଥାଏ । ଖ୍ୟାତନାମା ବ୍ୟକ୍ତିତ୍ୱଙ୍କ ନାମ, ଗାଁ, ଠିକଣାଠାରୁ ଆରମ୍ଭ  କରି ପୃଥିବୀର କୋଣ ଅନୁକୋଣର ସମସ୍ତ ବିଷୟବସ୍ତୁ ୱିକିପିଡିଆରେ ରହିଛି । ଏହି  ୱିକିପିଡିଆ ପୁରୀର ଅଲିଭା ସାହୁ ଓ ଚିନ୍ମୟୀ  ମିଶ୍ରଙ୍କ ପରିଚୟ ପାଲଟିଛି । ଉଭୟ ଜାତୀୟ ଓ  ଅନ୍ତର୍ଜାତୀୟ ମାନ୍ୟତା ହାସଲ କରିପାରିଛନ୍ତି । 

ୱିକିପିଡିଆରେ ଲେଖିବା ପାଇଁ ସେମାନଙ୍କୁ କୌଣସି ଆର୍ଥିକ ଦେୟ ମିଳିନଥାଏ । ସ୍ୱେଚ୍ଛାକୃତ  ଭାବେ ଲୋକଙ୍କୁ ଶିକ୍ଷିତ ଓ ସମୃଦ୍ଧ କରିବା ଲକ୍ଷ୍ୟରେ ଉଭୟ ୮ ବର୍ଷରୁ ଅଧିକ ହେବ  ଜ୍ଞାନ ବାଣ୍ଟି ଚାଲିଛନ୍ତି । ଉଚ୍ଚ ଶିକ୍ଷିତଠାରୁ  ଆରମ୍ଭ କରି ଅଳ୍ପଶିକ୍ଷିତ ସମସ୍ତଙ୍କ ଜାଣିବାର ଅଧିକାରକୁ ହୃଦୟଙ୍ଗମ କରି ସେମାନେ ଓଡ଼ିଆ  ୱିକିପିଡିଆରେ ତଥ୍ୟ ପ୍ରଦାନ କରୁଛନ୍ତି ।  

ଅଲିଭା ସାହୁ(୩୨)ଙ୍କ ଜନ୍ମ ପୁରୀ  ଜିଲ୍ଲାର କାକଟପୁରରେ । ସେ ୭୫୦ରୁ ଊଦ୍ଧ୍ୱର୍  ୱିକି ଲେଖିସାରିଲେଣି । ଗଣ-ସଂପାଦନାରେ  ସର୍ବାଧିକ ପ୍ରସଙ୍ଗ ଲେଖି ସେ ପୁରସ୍କୃତ  ହୋଇଛନ୍ତି । ୨୦୧୬ରେ ଚଣ୍ଡିଗଡ଼ରେ ଓ  ୨୦୨୩ରେ ହାଇଦ୍ରାବାଦରେ ଅନୁଷ୍ଠିତ ଉଇକି  କନ୍‌ଫରେନ୍‌ସ ଇଣ୍ଡିଆ, ୨୦୧୮ରେ ମହୀଶୂରରେ  ଅନୁଷ୍ଠିତ ଟ୍ରେନ୍‌ ଦି ଟ୍ରେନର୍‌, ୨୦୨୩ରେ ଦିଲ୍ଲୀରେ  ଅନୁଷ୍ଠିତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକି  ଓମେନ୍‌ କ୍ୟାମ୍ପ୍‌ରେ ସେ ଯୋଗ ଦେଇଛନ୍ତି । ନିଜ  ଉଦ୍ୟମରେ ଅନେକ ଗଣ-ସମ୍ପାଦନାର ଆୟୋଜନ  କରାଇବା ସହିତ ହିନ୍ଦୀ ୱିକିପିଡ଼ିଆ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି । ତାଙ୍କର ୱିକି  ପ୍ରସଙ୍ଗଗୁଡ଼ିକ ମୁଖତଃ ମହିଳାମାନଙ୍କ ଉପରେ  ଆଧାରିତ । ଏଚ୍‌ଆଇଭି ଏଡ୍‌ସ ବିରୋଧରେ ଲଢ଼େଇ ଜାରି ରଖିଥିବା ଏକ ଏନ୍‌ଜିଓର  ପ୍ରୋଗ୍ରାମ ଅଫିସର୍‌ ଭାବରେ କାମ କରୁଥିଲେ  ମଧ୍ୟ ୱିକି ଲେଖିବା ଅଲିଭାଙ୍କ ନିଶା ପାଲଟିଛି । 

ସେହିପରି ପୁରୀ ଜିଲ୍ଲା ପିପିଲି କୋଠସାହିରେ  ଚିନ୍ମୟୀ ମିଶ୍ର (୨୮)ଙ୍କ ଜନ୍ମ । ସେ ପେଶାରେ  ଜଣେ ସଫ୍ଟୱେୟାର ଇଞ୍ଜିନିୟର । ହେଲେ ତାଙ୍କର ମୁଖ୍ୟ ପରିଚୟ ପାଲଟିଛି ୱିକିପିଡିଆ । ୨୦୨୩ରେ ସିଙ୍ଗାପୁରଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ  କାର୍ଯ୍ୟକ୍ରମ ‘ୱିକିମାନିଆ’ରେ ଚିନ୍ମୟୀ ସାମିଲ  ହୋଇଥିଲେ । ୨୦୧୭ରେ ସ୍ୱିଡେନ୍‌ରେ ଅନୁଷ୍ଠିତ  ୱିକିମିଡ଼ିଆ ଡାଇଭର୍ସିଟି କନ୍‌ଫରେନ୍ସରେ ମଧ୍ୟ  ଚିନ୍ମୟୀ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଆସନ୍ତା ଏପ୍ରିଲ ମାସରେ ଜର୍ମାନର ରାଜଧାନୀ  ବର୍ଲିନଠାରେ ହେବାକୁ ଥିବା ୱିକିମିଡିଆ  ସମ୍ମିଳନୀରେ ଯୋଗଦେବାକୁ ଚିନ୍ମୟୀଙ୍କୁ ଡାକରା  ଆସିଛି । ୨୦୧୬ରେ ବେଙ୍ଗାଲୁରୁରେ ଟ୍ରେନ୍‌ ଦି  ଟ୍ରେନର୍‌, ୨୦୧୯ରେ ଆଡ୍‌ଭାନ୍‌ସଡ୍‌ ୱିକିସୋସ୍‌ର୍  ଟ୍ରେନିଂ ଭଳି କର୍ମଶାଳାରେ ଯୋଗଦେବା ସହ  ୨୦୨୩ରେ ହାଇଦ୍ରାବାଦରେ ଅନୁଷ୍ଠିତ ୱିକି  କନ୍‌ଫରେନ୍‌ସ ଇଣ୍ଡିଆ, ୨୦୧୮ରେ ଗୋଆରେ  ଅନୁଷ୍ଠିତ କମ୍ୟୁନିଟି ହେଲ୍‌ଥ କନ୍‌ଫରେନ୍ସ  ଭଳି ଜାତୀୟସ୍ତରର କାର୍ଯ୍ୟକ୍ରମରେ ଯୋଗ  ଦେଇଛନ୍ତି । ୨୦୧୯ରେ କର୍ଣ୍ଣାଟକରେ ଅନୁଷ୍ଠିତ  ସାର୍କ କନ୍‌ଫରେନ୍ସ ଓ ତାଙ୍କ ଉଲ୍ଲେଖନୀୟ କାମ  ହେଉଛି ୱିକି ଓମେନ୍‌ କ୍ୟାମ୍ପକୁ ଭାରତରେ  ଅନୁଷ୍ଠିତ କରାଇବା । ତାଙ୍କ ଦ୍ୱାରା ଅପ୍‌ଲୋଡ଼  କରାଯାଇଥିବା ଫଟୋ ଓ ଭିଡିଓଗୁଡ଼ିକ ଅନେକ  ଦରକାରୀ କାର୍ଯ୍ୟରେ ଲାଗିପାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.