ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୋଟ ମହାପର୍ବରେ ଉଡିବ ନୋଟ: ଏଥର ନିର୍ବାଚନୀ ବଜେଟ୍‌ ଆକାଶଛୁଆଁ, ୨୦୧୯ ତୁଳନାରେ ଦି’ଗୁଣା ହେବ ଖର୍ଚ୍ଚ

ଭୁବନେଶ୍ୱର,୧୧/୦୪: ହଜାର ହଜାର କର୍ମୀଙ୍କ ଦୈନିକ ଖର୍ଚ୍ଚ, ମଟନ୍‌ ଭୋଜି, ମଦ, ଗାଁ ଗାଁରେ ବିଭିନ୍ନ ଗୋଷ୍ଠୀକୁ ଚାନ୍ଦା, ବୁଥ  ଖର୍ଚ୍ଚ, ଟେଣ୍ଟ ହାଉସ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରଚାର, ଆହୁରି ଅନେକ  ଅଦୃଶ୍ୟ ଖର୍ଚ୍ଚ........ ଉଡ଼ିଲାଣି ନିର୍ବାଚନୀ ଟଙ୍କା । ଭୋଟ ଦିନ ଯେତିକି ପାଖେଇବ ସେତିକି ଆଖିବୁଜା ଖର୍ଚ୍ଚ ଚାଲିବ । ଦଳୀୟ ପାଣ୍ଠି, ପ୍ରାର୍ଥୀ ଓ ସେମାନଙ୍କ ଶୁଭେଚ୍ଛୁଙ୍କ ଟଙ୍କା ଚଳଚଞ୍ଚଳ କରିଦେବ ଅର୍ଥନୀତିର ଅନେକ କ୍ଷେତ୍ରକୁ । କଳା ଟଙ୍କା  ଧଳା ହୋଇଯିବ । 

ଭୋଟ ଚବିଶ ପାଇଁ ଦଳୀୟ ଟ୍ରେଜେରୀ ଚାବି ଖୋଲିଲାଣି । ଏଥର ଭୋଟ୍‌ ବଜେଟ୍‌ ଧରିଛି ଆକାଶଛୁଆଁ । ସହରରୁ ଗାଁ ସବୁଠି ଚାହିଦାରେ ରହିବ ‘ଗାନ୍ଧି ମୁଣ୍ଡ’ ।  ଆକଳନ କହୁଛି, ଏଥର ଓଡ଼ିଶା ଭୋଟ  ବଜାରରେ ୨ ହଜାର କୋଟିରୁ ଅଧିକ ଟଙ୍କା  ଉଡ଼ିବ । ସିଂହ ଭାଗ ଖର୍ଚ୍ଚ କରିବେ ବିଜେଡି  ଓ ବିଜେପି । ଦୁଇ ଦଳ କର ବା ମର ଯୁଦ୍ଧରେ  ଓହ୍ଲାଇଛନ୍ତି । ଅଧିକାଂଶ ନିର୍ବାଚନ କ୍ଷେତ୍ରରେ  ଚାଲିଛି ସମ୍ମାନର ଲଢ଼େଇ । ଏଣୁ କେହି କାହାଠୁ ପଛରେ ପଡ଼ିବେନି ଖର୍ଚ୍ଚରେ ।  

ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ  କରିବାକୁ ନିର୍ବାଚନ କମିଶନ ପ୍ରାର୍ଥୀଙ୍କ ଖର୍ଚ୍ଚର  ସୀମାରେ ଲକ୍ଷ୍ମଣରେଖା ଟାଣିଛନ୍ତି । କମିଶନଙ୍କ  ଧାର୍ଯ୍ୟ ସିଲିଂ ଅନୁସାରେ ଜଣେ ସାଂସଦ ପ୍ରାର୍ଥୀ  ସର୍ବାଧିକ ୯୫ ଲକ୍ଷ ଏବଂ ବିଧାୟକ ପ୍ରାର୍ଥୀ ୪୦  ଲକ୍ଷ ଖର୍ଚ୍ଚ କରିପାରିବେ ।  


କମିଶନଙ୍କ ଏ ଲଗାମର ବେକମୋଡ଼ି  ପ୍ରାର୍ଥୀମାନେ ୫ରୁ ୧୦ ଗୁଣ ଅଧିକ ଟଙ୍କା  ନିର୍ବାଚନରେ ନିବେଶ କରିବେ । ସିଲିଂକୁ  ହିସାବକୁ ନେଲେ ରାଜ୍ୟର ୧୪୭ ବିଧାନସଭା  ଓ ୨୧ ଲୋକସଭା ସିଟରେ ବିଜେଡି, ବିଜେପି  ଓ କଂଗ୍ରେସର ସବୁ ପ୍ରାର୍ଥୀଙ୍କ ଖର୍ଚ୍ଚ ୨୩୬.୨୫  କୋଟି ଭିତରେ ରହିବା କଥା । ମାତ୍ର ଅଦୃଶ୍ୟ  ଓ ଗଳାବାଟରେ ରାଜନୈତିକ ଦଳର ଖର୍ଚ୍ଚ ୮ରୁ  ୧୦ ଗୁଣା ବଢ଼ିବ ବୋଲି ଅନୁମାନ ।ଦଳୀୟ ସୂତ୍ର କହୁଛି, ବିଜେଡି ଏଥର ନିର୍ବାଚନରେ ସର୍ବାଧିକ  ଟଙ୍କା ଖର୍ଚ୍ଚ କରିବାକୁ ଅଣ୍ଟା ଭିଡ଼ିଛି । କ୍ରମାଗତ ନବୀନଙ୍କୁ  ୬ଷ୍ଠ ପାଳି ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଦଳ ଖର୍ଚ୍ଚକୁ  ପୂରା ସାହାଣମେଲା କରିବ । ଦଳ ନିର୍ବାଚନ ବଣ୍ଡ୍‌ ଜରିଆରେ  ଆଖିଦୃଶିଆ ୯୦୦ କୋଟି ଟଙ୍କାର ଚାନ୍ଦା ଉଠାଇଛି ।  

ଚଳିତ ନିର୍ବାଚନ ପାଇଁ ଦଳ ପ୍ରାୟ ଅତି କମ୍‌ରେ ୧ ହଜାର  କୋଟି ଟଙ୍କାର ବଜେଟ୍‌ କରିଥିବା କୁହାଯାଉଛି । ସମସ୍ତ ବିଧାୟକ  ପ୍ରାର୍ଥୀଙ୍କୁ ଦଳ ପକ୍ଷରୁ ଜଣପିଛା ୫ କୋଟିର ଭୋଟ ଖର୍ଚ୍ଚ  ମିଳିବ । ସାଂସଦ ପ୍ରାର୍ଥୀ ପାଇବେ ୭ କୋଟି । ଯେଉଁଠି ଦରକାର  ପଡ଼ିବ ଦଳ ‘ପାୱାର ପ୍ଳସ’ ଦେବ । ଡିଜିଟାଲ କ୍ୟାମ୍ପେନ,  ନବୀନଙ୍କ ସମାବେଶ, ରୋଡ୍‌ ସୋ, ବାଇକ ରାଲିରୁ ବୁଥ୍‌ ଖର୍ଚ୍ଚ  ଯାଏ କୌଣସିଥରେ ଦଳ କଞ୍ଜୁସ୍‌ ହେବନି ।ଏଥର ବିଜେପି  ସହ ଦମଦାର ଲଢ଼େଇ ଲଢ଼ିବାକୁ ଶଙ୍ଖ ଦଳ ଆଖିବୁଜା ଖର୍ଚ୍ଚ  କରିବ । ବିଜେପି ବି ମଇଦାନରେ ଭୋଟ ଭିଡ଼ିବାକୁ ସିନ୍ଦୁକ ଖୋଲା ରଖିବ । ଜାତୀୟ ଦଳ ଭାବେ ନିର୍ବାଚନୀ ବଣ୍ଡ୍‌ରୁ ଦଳ  ଆକାଉଣ୍ଟକୁ ଆସିଛି ୮ ହଜାର ୭୦୦ କୋଟି । ଦଳ ଏହି  ଚାନ୍ଦାର ପୂର୍ଣ୍ଣ ବିନିଯୋଗ କରିବ । ଦଳର ଜଣେ ନେତାଙ୍କ  ସୂଚନା ଅନୁସାରେ ଦଳ ସମସ୍ତ ଏମଏଲଏ ପ୍ରାର୍ଥୀଙ୍କୁ ୩ କୋଟି  ଲେଖାଏଁ ପାଣ୍ଠି ଦେବ । 

ମୋଦିଙ୍କ ‘ଅବ କି ବାର୍‌, ୪୦୦ ପାର୍‌’କୁ  ଫୋକସ୍‌ କରି ଦଳ ଅଧିକ ଲୋକସଭା ସିଟ୍‌ ଜିତିବାକୁ ‘କର  ବା ମର’ ନୀତି ଧରିବ । ଏଥିପାଇଁ ‘ଯାହାକୁ ଯେତେ’ ପାଣ୍ଠି  ଯୋଗାଇବ ଦଳ । ଅବିଶ୍ୱସନୀୟ ଭାବେ ଦଳ ପ୍ରତି ଏମପି  ପ୍ରାର୍ଥୀଙ୍କୁ ୧୫ କୋଟି ଦେବ । ଏହି ବିଗ୍‌ ବଜେଟ୍‌ ବିନିଯୋଗରେ  ଦଳ ରାଜ୍ୟରୁ ଅଧିକାଂଶ ଲୋକସଭା ଆସନ ପୋଛିନେବାକୁ  ପ୍ଲାନ କରିଛି । ମୋଦି, ଶାହଙ୍କ ଜନ ସମାବେଶ ସହ ଡିଜିଟାଲ  କ୍ୟାମ୍ପେନିଂ, ବ୍ୟାନର, ପୋଷ୍ଟର, ରୋଡ ସୋ ଓ ବୁଥ୍‌ ଖର୍ଚ୍ଚରେ  ଦଳ ସାମାନ୍ୟତମ ବୁଝାମଣା କରିବ ନାହିଁ । 

ପାଣ୍ଠି ଅଭାବ ସତ୍ତେ୍ୱ କଂଗ୍ରେସ ପ୍ରାୟ ୧୫୦ କୋଟିର  ଭୋଟ ବଜେଟ କରିଥିବା ଆଲୋଚନା ହେଉଛି । ବିଧାୟକ  ପ୍ରାର୍ଥୀମାନଙ୍କୁ ୫୦ ଲକ୍ଷ ଏବଂ ସାଂସଦ ପ୍ରାର୍ଥୀଙ୍କୁ ୧ କୋଟିରୁ  ୧. ୨୦ ଲକ୍ଷର ପାଣ୍ଠି ଯୋଗାଇଦେବାକୁ ଦଳ ନିଷ୍ପତ୍ତି ନେଇଛି ।  ଦଳ ପକ୍ଷରୁ ଇତିମଧ୍ୟରେ ଭୋଟ ବିଜ୍ଞାପନ ଜାରି ହେଲାଣି ।  ଆଗକୁ ଦଳ ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କୁ  ଆଣି ବଡ଼ ସମାବେଶ କରିବାର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଦଳ  ଏ ବାବଦକୁ ମଧ୍ୟ ବିଗ୍‌ ବଜେଟ ରଖିଛି । 

ବଜାରକୁ ଧସେଇ ପଶିଲାଣି କିଛି ନିର୍ବାଚନ ପାଣ୍ଠି ।  ଅର୍ଥନୀତିର ଗ୍ରାଫ୍‌ ଏବେ ଉପରମୁହାଁ । ପେସାଦାରମାନେ  ଅର୍ଡର ଧରିଲେଣି । ନିର୍ବାଚନ ପାଇଁ ଆରମ୍ଭ କଲେଣି କାମ ।  ଅର୍ଥନୀତି ବିଶାରଦଙ୍କ ଆକଳନ, ଓଡ଼ିଶା ଭୋଟ ବଜାରରେ  ଉଡ଼ିବ ପ୍ରାୟ ୨ ହଜାର କୋଟି ଟଙ୍କା। ବଜାର ଅର୍ଥନୀତିକୁ  ଏହା ଆଗକୁ ଠେଲିବ । ବିଭିନ୍ନ ବର୍ଗର ପେସାଦାର ଓ ସ୍ଥଳ ବିଶେଷରେ ଭୋଟରଙ୍କ ପକେଟକୁ ପଶିବ ଭୋଟ ଟଙ୍କା ।  

ଭୋଟ ବଜାରରୁ ବେଶ୍‌ ଫାଇଦା ଉଠାଇବେ ପରିବହନ  ସଂସ୍ଥା, ଗଣମାଧ୍ୟମ, ଆଡ୍‌ ଏଜେନ୍ସି, ଫ୍ଲେକ୍ସ ଓ ପ୍ରିଣ୍ଟିଂ ୟୁନିଟ୍‌ ।  ଇଭେଣ୍ଟ ସଂସ୍ଥା ମଧ୍ୟ ଭରପୁର କାମର ଅର୍ଡର ଧରିଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.