ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗୋବିନ୍ଦ ଦାସଙ୍କୁ ପୁଣି ପ୍ରାର୍ଥୀ କଲା ବିଜେପି, ରେମୁଣା ବିଜେପି କର୍ମୀ ଉତ୍ସାହିତ

ନୀଳଗିରି/ରେମୁଣା, ୨/୪ : ବାଲେଶ୍ଵର ଜିଲ୍ଲାରେ ରେମୁଣା, ଜଳେଶ୍ୱର, ସଦର ନିର୍ବାଚନ ମଣ୍ଡଳୀର ବିଜେପି ତାର ବିଧାୟକ ପ୍ରାର୍ଥୀ ଘୋଷଣା କରିଛି। ରେମୁଣାରୁ ପୁଣି ଗୋବିନ୍ଦ ଦାସଙ୍କ ଉପରେ ରାଜ୍ୟ ତଥା କେନ୍ଦ୍ର ମୁଖିଆ ଭରସା କରିଛନ୍ତି। ତାଙ୍କୁ ପୁଣି ପ୍ରାର୍ଥୀ ଭାବେ ଘୋଷଣା ପରେ ରେମୁଣା ବିଜେପି କାର୍ଯ୍ୟାଳୟରେ ଖୁସିର ଲହର ଖେଳିଯାଇଛି। ଗୋବିନ୍ଦଙ୍କ ସମର୍ଥକ ତାଙ୍କୁ ପୁଷ୍ପଗୁଛ ଦେଇ ମିଠା ଖୁଆଇ ସ୍ୱାଗତ କରିଛନ୍ତି।

ଗୋବିନ୍ଦ ୨୦୧୪ ନିର୍ବାଚନରେ ୧୩୮୨୯ ଖଣ୍ଡ ଭୋଟରେ ବିଜେଡିର ସୁଦର୍ଶନ ଜେନା ବିଜୟୀ ହୋଇଥିଲେ। ୨୦୧୯ ମସିହାରେ ସେ ବିଜେଡି ପ୍ରାର୍ଥୀ ସୁଧାଂଶୁ ଶେଖର ପରିଡାଙ୍କ ଠାରୁ ୪୧୧୮ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ। ତେବେ ଆଜି ପୁଣି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରେ ଗୋବିନ୍ଦ ଦାସ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମୁଖ୍ୟ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଂସଦ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି। 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.