ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପାକିସ୍ତାନରେ ନିଆଁ ବର୍ଷା; ବିଶ୍ବର ସବୁଠାରୁ ଉତପ୍ତ ଦେଶ ଭାବେ ରହିଲା ଶୀର୍ଷରେ

Image sourcre: ABP Live

ନୂଆଦିଲ୍ଲୀ,୨୪/୦୫: ଚଳିତ ବର୍ଷ ହିଟ୍‌ ଓ୍ବେଭ୍‌ ରେକର୍ଡ ଭାଙ୍ଗୁଛି। କେବଳ ଭାରତ ନୁହେଁ ଅନ୍ୟ ଦେଶ ମଧ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରଭାହରେ ପ୍ରଭାବିତ ହେଉଛନ୍ତି ଲୋକେ। ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ, ସେଠାରେ ଥିବା ଅନେକ ଜିଲ୍ଲାର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସକୁ ଛୁଇଁଛି, ଯାହା ପୃଥିବୀର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ପାକିସ୍ତାନୀ ଖବରକାଗଜ ଡନ୍‌ର ରିପୋର୍ଟ ଅନୁଯାୟୀ ସିନ୍ଧ୍ ପ୍ରଦେଶର ଅନେକ ସହରରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ଉପରକୁ ଉଠିଛି।  

ପାକିସ୍ତାନ ପାଣିପାଗ ବିଭାଗ କହିଛି ଯେ ସିନ୍ଧ୍‌ର ଜୈକୋବାବାଦ ଜିଲ୍ଲାରେ ଗୁରୁବାର ଦିନ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି, ଯାହା ଚଳିତ ବର୍ଷ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଜିଲ୍ଲାର ତାପମାତ୍ରା ୫ ଡିଗ୍ରୀ ଟପିଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ସର୍ଦ୍ଦାର ସରଫରାଜ ଅହମ୍ମଦ କହିଛନ୍ତି ଯେ ଯୈକବାଦର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବା ପରେ ଏହି ଜିଲ୍ଲା ପୃଥିବୀର ସବୁଠାରୁ ଉତ୍ତପ୍ତ ସହର ହୋଇ ରହିଛି। ଅହମ୍ମଦ କହିଛନ୍ତି ଯେ ବର୍ତ୍ତମାନ ଏଥିରୁ ମୁକ୍ତି ପାଇବା ପାଇଁ କୌଣସି ଆଶା ନାହିଁ। ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ହିଟ୍‌ ଓ୍ବେଭ୍‌ ରହିବ ବୋଲି କୁହାଯାଇଛି। 

ପାଣିପାଗ ବିଭାଗ ଅନୁଯାୟୀ, ଲାରକାନାରେ ୪୯.୭ ଡିଗ୍ରୀ ସେଲ୍‌ସିୟସ, ଦାଦୁରେ ୪୯.୫ ଡିଗ୍ରୀ ସେଲ୍‌ସିୟସ ଏବଂ ସିନ୍ଧ୍‌ ପ୍ରଦେଶର ଖୈରପୁର ଜିଲ୍ଲାରେ ୪୯.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସରଫରାଜଙ୍କ କହିବା ଅନୁଯାୟୀ, ପାକିସ୍ତାନରେ ଏପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ୫୪ ଡିଗ୍ରୀ ସେଲସିୟସ ରହିଛି, ଯାହା ଉପକୂଳବର୍ତ୍ତୀ ଜିଲ୍ଲା ତୁରବାଟରେ ୨୮ ମେ ୨୦୧୭ ରେ ରେକର୍ଡ କରାଯାଇଛି। ଗୁରୁବାର ଦିନ ପାକିସ୍ତାନର କରାଚିରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ ଥିଲା ଯାହା ସ୍ୱାଭାବିକଠାରୁ ୨.୪ ଡିଗ୍ରୀ ସେଲସିୟସ ଥିଲା। ଡନ୍‌ର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ପାରଦ ସ୍ୱାଭାବିକଠାରୁ ବହୁତ ଅଧିକ ଥିଲା। ଗୁରୁବାର ଦିନ ସିନ୍ଧ୍‌ର ୧୧ ଟି ସହରରେ ପାରଦ ୪୮ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରହିଥିଲା। ପାଣିପାଗ ବିଭାଗର ସୂଚନାନୁସାରେ, ଜୁନ୍‌ ୩ ପର୍ଯ୍ୟନ୍ତ ହିଟ୍‌ ଓ୍ବେଭ୍‌ ଏପରି ରହିବ। ପଞ୍ଜାବର କିଛି ଅଞ୍ଚଳରେ ହିଟ୍‌ ଓ୍ବେଭ୍‌ ଜୁନ୍ ୪ ପରେ ହ୍ରାସ ପାଇପାରେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.