ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ପରଲୋକରେ ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକ,ସୋସିଆଲ ମିଡିଆରେ ସୂଚନା ଦେଲେ ପତ୍ନୀ

ନୂଆଦିଲ୍ଲୀ,୩।୯: ଜିମ୍ବାୱେ କ୍ରିକେଟ ଟିମ୍‌ର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ପରଲୋକ । ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ହିଥ୍ ଷ୍ଟ୍ରିକ୍‌ ଦୀର୍ଘ ଦିନ ହେବ ଲିଭର କ୍ୟାନସରରେ ପୀଡ଼ିତ ଥିଲେ।  ତାଙ୍କ ପତ୍ନୀ ନାଦିନେ ହିଥ୍ ଷ୍ଟ୍ରିକଙ୍କ ପରଲୋକ ନେଇ ନିଜ ଫେସବୁକ୍ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି। ଗତ ୨୩ ଅଗଷ୍ଟରେ ହିଥ୍‌ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ଖବର ସାମନାକୁ ଆସିଥିଲା, କିନ୍ତୁ ସେତେବେଳେ ତାହା ଗୁଜବ ବୋଲି କୁହାଯାଉଥିଲା। 

ଦୀର୍ଘ ଦିନ ହେଲା ହିଥ୍ ଷ୍ଟ୍ରିକ୍‌ କ୍ୟାନସର ସହିତ ଲଢ଼େଇ କରୁଥିବା ବେଳେ ଶେଷରେ ରବିବାର ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଊପସ୍ଥିତ ରହିଥିଲେ। ଜୀବନର ଶେଷ ସମୟ ସେ ପରିବାର ଲୋକଙ୍କ ଗହଣରେ ବିତାଇଥିବା ତାଙ୍କ ପତ୍ନୀ ସୋସିଆଲ ମିଡିଆରେ କହିଛନ୍ତି।

ଷ୍ଟ୍ରିକ୍ ଜିମ୍ବାୱେ ପାଇଁ ୧୨ ବର୍ଷ ଧରି କ୍ରିକେଟ ଖେଳିଥିଲେ । ସେ ୧୯୯୩ରେ ଜିମ୍ବାୱେ ପାଇଁ ଡେବ୍ୟୁ କରିଥିଲେ। ୨୦୦୫ ପର୍ଯ୍ୟନ୍ତ ସେ ତାଙ୍କ ଦେଶ ପକ୍ଷରୁ କ୍ରିକେଟ୍ ଖେଳିଥିଲେ। ସେ ନିଜ କ୍ୟାରିୟରରେ ଜିମ୍ବାୱେ ପକ୍ଷରୁ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ୬୫ଟି ଟେଷ୍ଟରୁ ସେ ୧୯୯୦ ରନ୍ କରିଥିବା ବେଳେ ୨୧୬ଟି ୱିକେଟ୍ ନେଇଥିଲେ। ସେହିପରି ୧୮୯ଟି ଦିନିକିଆରୁ ୨୯୪୨ ରନ୍ କରିଥିବା ବେଳେ ୨୩୯ଟି ୱିକେଟ ନେଇଥିଲେ। କ୍ରିକେଟରେ ଜଣେ ଭଲ ଅଲରାଉଣ୍ଡର ଭାବେ ତାଙ୍କର ପରିଚୟ ଥିଲା । ଅବସର ପରେ ସେ କାଚିଂ ଉପରେ ଧ୍ୟାନ ଦେଇଥିଲେ । ବାଂଲାଦେଶ ଟିମ୍‌ର କୋଚ ଭାବେ ସେ କାର୍ଯ୍ୟ କରିଥିଲେ । ତେବେ ୨୦୨୧ରେ ତାଙ୍କ କୋଚିଂ କ୍ୟାରିୟରକୁ ଝଟକା ଲାଗିଥିଲା । ଦୁର୍ନୀତିରେ ସାମିଲ ହୋଇଥିବା ଦର୍ଶାଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତଙ୍କ ଉପରେ ୮ ବର୍ଷର କଟକଣା ଲଗାଇଥିଲେ ।  

କିଛି ସପ୍ତାହ ପୂର୍ବେ ଜିମ୍ବାୱେର ଅନ୍ୟତମ କ୍ରିକେଟର ହେନରୀ ଓଲୋଙ୍ଗା ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଥିଲେ ଯେ ହିଥ୍ ଷ୍ଟ୍ରିକଙ୍କର ପରଲୋକ ହୋଇଯାଇଛି। ତାଙ୍କ ସୂଚନା ଆଧାରରେ ଅନେକ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଥିଲା। ପରେ ଜଣାପଡ଼ିଲା ଯେ ଏହା ମିଛ ଖବର। ନିଜେ ହେନରୀ ଓଲୋଙ୍ଗା ୟୁ-ଟର୍ଣ୍ଣ ନେଇ କହିଥିଲେ ଯେ ହିଥ୍ ଷ୍ଟ୍ରିକ୍‌ ବଞ୍ଚିଛନ୍ତି। ତେବେ ଆଜିର ଖବର ସତ। ନିଜେ ହିଥ୍ ଷ୍ଟ୍ରିକ୍‌ଙ୍କ ପତ୍ନୀ ତାଙ୍କର ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। 

Copyright © 2022 - Summa Real Media Private Limited. All Rights Reserved.