ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ମଝି ଅକାଶରେ ଦୁର୍ଘଟଣା,ସେନା ବିମାନରୁ ଖସିପଡ଼ିଲା ହେଲିକପ୍ଟର

 ନୂଆଦିଲ୍ଲୀ,୩୧/୮: ସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟର। ଉତ୍ତରାଖଣ୍ଡର କେଦାରନାଥ ଧାମରେ ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଛି।  ଫଳରେ ମନ୍ଦାକିନୀ ନଦୀ ନିକଟରେ ଖସିପଡି ଏହା କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  

ସୂଚନା ମୁତାବକ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ସେନା ବିମାନ MI-17 ଆଜି ସକାଳେ ପୂର୍ବରୁ ଖରାପ ହୋଇଯାଇଥିବା କ୍ରିଷ୍ଟାଲ ହେଲିକପ୍ଟରକୁ ସଜାଡିବା ପାଇଁ ଏୟାରଲିଫ୍ଟ କରିଥିଲା। ହେଲେ ମଝି ଆକାଶରେ ଚେନ୍‌ ଛିଡି ଯିବାରୁ ହେଲିକପ୍ଟରଟି ଖସି ପଡିଥିଲା। ଫଳରେ ମନ୍ଦାକିନୀ ନଦୀ ନିକଟରେ ଖସିପଡି ଏହା କ୍ଷତିଗ୍ରସ୍ତ ହୋଇଥିବା ବେଳେ  ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଖବରପାଇ ଘଟଣାସ୍ଥଳରେ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଆବଶ୍ୟକ ଉପକରଣ ଏବଂ ଅତିରିକ୍ତ ଦଳ ପଠାଇବା ସହ ଯାଞ୍ଚ ଜାରି ରହିଛି। 

ରିପୋର୍ଟ ମୁତାବକ, ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ଏହି ହେଲିକପ୍ଟର ପୂର୍ବରୁ ଯାତ୍ରୀମାନଙ୍କୁ କେଦାରନାଥ ମନ୍ଦିରକୁ ନେବା ଆଣିବା କରୁଥିଲା। ତେବେ ମେ' ୨୪ରେ ଅବତରଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଏହି ହେଲିକପ୍ଟରକୁ ମରାମତି ଉଦ୍ଦେଶ୍ୟରେ  ବାୟୁସେନାର MI 17 ବିମାନ ସାହାଯ୍ୟରେ ଏୟାରଲିପ୍ଟ କରାଯାଇ ଗୌଚର ଏୟାରଷ୍ଟ୍ରିପକୁ ପଠାଯାଉଥିଲା। ଏହି ସମୟରେ MI-17 ବିମାନ ନିୟନ୍ତ୍ରଣ ହରାଇବାରୁ ବିପଦକୁ ଅନୁଭବ କରି ପାଇଲଟ୍ ଖାଲି ସ୍ଥାନ ଦେଖି ଘାଟିକୁ ଉକ୍ତ ହେଲିକପ୍ଟରଟଇକୁ ଖସାଇ ଦେଇଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.