ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେମିତି କରିବେ ଅନଲାଇନ୍ ଭୋଟର ପରିଚୟ ପତ୍ର ଡାଉନଲୋଡ୍ ?

ନୂଆଦିଲ୍ଲୀ, ୨୭/୦୩: ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ୍ ୧୯ରେ ହେବାକୁ ଥିବା ବେଳେ ଜୁନ୍ ୧ରେ ପଡ଼ିବ ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଏବେ ରାଜନୈତିକ ଦଳ ମାନେ ସେମାନଙ୍କ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି ।

ରାଜନୈତିକ ଦଳ ଗୁଡ଼ିକ ଭଳି ସାଧାରଣ ଲୋକ ବି ପ୍ରସ୍ତୁତି ଚଳାଇଛନ୍ତି । ଲୋକେ ଭାଟର ପରିଚୟ ପତ୍ର ଖୋଜିବା ଆରମ୍ଭ କରିଛନ୍ତି । ଆଉ ଯେଉଁମାନେ ଭୋଟର କାର୍ଡ ପାଉ ନାହାନ୍ତି ସେମାନେ ଚିନ୍ତିତ ହୋଇ ପଡ଼ିଲେଣି । ତେବେ ଆପଣ ଭୋଟର କାର୍ଡ ପାଉ ନଥିଲେ, ଚିନ୍ତିତ ହୁଅନ୍ତୁ ନାହିଁ । ଆସନ୍ତୁ ଜାଣିବା କିଭଳି ଅନଲାଇନରୁ ଡାଉନଲୋଡ୍ କରିବେ ଭୋଟର ଆଇ କାର୍ଡ ।
ଭୋଟର ଆଇ କାର୍ଡ ଡାଉନଲୋଡ୍ ପାଇଁ electoralsearch.eci.gov.in ୱେବସାଇଟକୁ ଯାଆନ୍ତୁ । ଏହାପରେ ସର୍ଭିସେସ୍ ବିକଳ୍ପକୁ ଯାଇ ଇ-ଇପିକ୍ (E-EPIC)ରେ କ୍ଲିକ୍ କରନ୍ତୁ । ଏହା ପରେ ଭେରିଫିକେସନ୍ ଲାଗି ଓଟିପି ଦିଅନ୍ତୁ ।

ଏହାଛଡ଼ା ଆପଣ ଏହି ୱେବସାଇଟରେ ଆପଣଙ୍କ ନାଁ ଭୋଟର ଲିଷ୍ଟ ଚେକ୍ କରି ପାରିବେ । ସର୍ଭିସେସରେ ସର୍ଚ୍ଚ ଇନ୍ ଇଲେକ୍ଟୋରାଲ୍ ରୋଲରେ କ୍ଲିକ୍ କରନ୍ତୁ । ଏହା ପରେ ୩ଟି ବିକଳ୍ପ ଆସିବ । ପ୍ରଥମ ସର୍ଚ୍ଚ ବାଇ ଡିଟେଲ୍ସ, ଦ୍ୱିତୀୟ ସର୍ବା ବାଇ ଇପିକ୍, ତୃତୀୟରେ ମୋବାଇଲ୍ ନମ୍ବର ଦେଇ ସର୍ଚ୍ଚ କରିବାର ବିକଳ୍ପ ।

ଯଦି ଆପଣଙ୍କ ପାଖରେ ପୁରୁଣା ଭୋଟର କାର୍ଡ ରହିଛି ତାହାକୁ ଆପଣ ପ୍ଲାଷ୍ଟିକରେ ବଦଳାଇ ପାରିବେ । ତେବେ ନିର୍ବାଚନ ପୂର୍ବରୁ ପରିବର୍ତ୍ତନ କରାଇ ନେଲେ ଆପଣଙ୍କୁ ପରେ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.