ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁସି ଖବର ଦେଲା ଆଇଏମଡି, ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଆସୁଛି ମୌସୁମୀ । ଏଥର  ଦିନକ ପୂର୍ବରୁ କେରଳ ଉପକୂଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି । ଖୁବଶୀଘ୍ର ଆସିବ ବର୍ଷା ଦିନ । ସାଧାରଣତଃ ମୌସୁମୀ ବାୟୁ  ଜୁନ୍‌ ୧ରେ କେରଳ ପହଞ୍ଚୁଥିବା ବେଳେ ଏଥର  ମେ’ ୩୧ରେ ପହଞ୍ଚିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ମୌସୁମୀ ବାୟୁ ପହଞ୍ଚିବାର ସମୟ ରେ ପରିବର୍ତ୍ତନ ହୋଇପାରେ । ସେପଟେ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆଗରୁ ନୁହେଁ ବରଂ ଠିକ୍‌ ସମୟରେ ମୌସୁମୀ ପହଞ୍ଚିବ ।

 ଆଉ ମାତ୍ର ୧୫ ଦିନ ପରେ ଆସିବ ମୌସୁମୀ । ମେ ୩୧ ତାରିଖରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଜଳବାୟୁ ପରିବର୍ତ୍ତନ ଅନୁସାରେ, ବୁଧବାର ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ବାୟୁ ଛୁଇଁବାର ପ୍ରକ୍ରିୟା ମେ ୨୭ ତାରିଖରୁ  ଜୁନ ୪ ତାରିଖ ମଧ୍ୟରେ ଆରମ୍ଭ ହୋଇପାରେ । 

 ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନରୁ ଆରମ୍ଭ ହୋଇ ସେପ୍ଟେମ୍ବରରେ ବିଦାୟ ନିଏ । ତେବେ ଏଥର ମୌସୁମୀ ବାୟୁ ପ୍ରଭାବରେ  ସାଧାରଣ ଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଗତବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ଅନୁମାନ ତାରିଖ ଠାରୁ ୪ ଦିନ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ ବାୟୁ ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶ ପାଇଁ ଖୁବ ଉପଯୋଗୀ । ଚାଷ ପାଇଁ ମୌସୁମୀର ଭୂମିକା ଗୁରୁତ୍ବପୂର୍ଣ୍ଣ । ଜୁନ ଏବଂ ଜୁଲାଇ ମାସରେ ମୌସୁମୀ ବାୟୁ ଜନିତ ବର୍ଷା ଖରିଫ ଫସଲ ପାଇଁ ଦରକାରୀ ହୋଇଥାଏ । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମେ ୧୯ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାପରେ ମୌସୁମୀ ଦେଶର ଅନ୍ୟାନ୍ୟ ସ୍ଥାନକୁ ଯିବ । ଗତ ୧୯ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ମୌସୁମୀର ପୂର୍ବାନୁମାନ କରିଆସୁଛି । ଆଇଏମ୍‌ଡି ଅନୁଯାୟୀ, ୨୦୧୫କୁ ବାଦ ଦେଲେ ୨୦୦୫ ରୁ ୨୦୨୩ ପର୍ଯ୍ୟନ୍ତ ବିଭାଗର ପୂର୍ବାନୁମାନ ସଠିକ୍ ହୋଇଛି।

 

  • Monsoon
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.