ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ପୁଞ୍ଜି ବଜାର ୫ ଟ୍ରିଲିୟନ ଡଲାର ପାର୍, ୬ ମାସରେ ୧ ଟ୍ରିଲିୟନ ଡଲାର ସମ୍ପତ୍ତି ଯୋଡ଼ିଛନ୍ତି ନିବେଶକ

ନୂଆଦିଲ୍ଲୀ, ୨୨/୦୫ : ପ୍ରଥମ ଥର ପାଇଁ ଭାରତୀୟ ପୁଞ୍ଜି ବଜାରର ମାର୍କେଟ୍‌ କ୍ୟାପ୍‌ ୫ ଟ୍ରିଲିୟନ ଡଲାର ଛୁଇଁଛି। ମାତ୍ର ୬ ମାସରେ ୧ ଟ୍ରିଲିୟନ ଡଲାର ସମ୍ପତ୍ତି ଯୋଡ଼ି ଭାରତୀୟ ଇକ୍ୱିଟି ବଜାର ୫ ଟ୍ରିଲିୟନ ଡଲାର କ୍ଲବ୍‌ରେ ସାମିଲ ହୋଇଛି । ଜୁନ୍‌ ୪ରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏହି ମାଇଲଖୁଣ୍ଟ ହାସଲ କରିଛି ଭାରତ । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମିଳିତ ବଜାର ପୁଞ୍ଜି ମଙ୍ଗଳବାର ୪୧୪.୭୫ ଲକ୍ଷ କୋଟି(୫ ଟ୍ରିଲିୟନ ଡଲାର) ଛୁଇଁଛି । ନିବେଶକମାନେ ବୃହତ୍‌ ମାତ୍ରାରେ ଷ୍ଟକ୍‌ କିଣିବା ଫଳରେ ବଜାରରେ ଉତ୍ସାହ ଦେଖିବାକୁ ମିଳିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ୪ ଟ୍ରିଲିୟନ ଡଲାରରୁ ୫ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ଦଲାଲ୍‌ ଷ୍ଟ୍ରିଟ୍‌ର ଯାତ୍ରା ନିର୍ଦ୍ଧାରଣ ପାଇଁ ୬ ମାସରୁ କମ୍‌ ସମୟ ଲାଗିଛି । 

ସୂଚନାଯୋଗ୍ୟ, ୨୦୨୩ ନଭେମ୍ବର ୨୯ରେ ଭାରତୀୟ ଷ୍ଟକ୍‌ ବଜାରର ମାର୍କେଟ୍‌ କ୍ୟାପ୍‌ ୪ ଟ୍ରିଲିୟନ ଡଲାର ଥିଲା, ଯାହା ଆଜି ୫ ଟ୍ରିଲିୟନ ଡଲାର ଛୁଇଁଛି । ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିବା ପାଇଁ ନିଫ୍‌ଟିକୁ ଆଉ ମାତ୍ର ୨୫୦ ପଏଣ୍ଟ ଉଠିବାକୁ ପଡ଼ିବ । ଘରୋଇ ସଂସ୍ଥାଗତ ରିଟେଲ ଏବଂ ଏଚ୍‌ଏନ୍‌ଆଇ ନିବେଶକଙ୍କ ମଧ୍ୟରେ ଉତ୍ସାହ ବଜାରକୁ ଦ୍ରୁତ ବେଗରେ ଆଗକୁ ନେଉଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଚଳିତ ମାସ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍‌ଆଇଆଇ)ମାନେ ଅନ୍ୟୁନ ୨୮,୦୦୦ କୋଟି ଟଙ୍କା ବଜାରରୁ କାଢ଼ି ନେଇଥିବା ସତ୍ତ୍ଵେ ଭାରତୀୟ ପୁଞ୍ଜି ବଜାର ଉପରୋକ୍ତ ସଫଳତା ହାସଲ କରିଛି । 

ସୂଚନାଯୋଗ୍ୟ, ହଂକଂ, ଜାପାନ, ଚୀନ୍‌ ଏବଂ ଆମେରିକା ପରେ ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଷ୍ଟକ୍‌ ବଜାର । ୨୦୦୭ରେ ଭାରତୀୟ ପୁଞ୍ଜି ବଜାରର ମାର୍କେଟ୍‌ କ୍ୟାପ୍‌ ପ୍ରଥମ ଥର ପାଇଁ ୧ ଟ୍ରିଲିୟନ ଡଲାର ଛୁଇଁଥିଲା । ୨ ଟ୍ରିଲିୟନ ଡଲାର ସ୍ତରରେ ପହଞ୍ଚିବା ପାଇଁ ଆଉ ୧୦ ବର୍ଷ ଲାଗିଥିଲା । ୨୦୧୭ ମେ’ ୧୬ରେ ଭାରତୀୟ ପୁଞ୍ଜି ବଜାରର ମାର୍କେଟ୍‌ କ୍ୟାପ୍‌ ୨ ଟ୍ରିଲିୟନ ଡଲାର ଛୁଇଁଥିଲା । ୩ ଟ୍ରିଲିୟନ ଡଲାର ମାଇଲଖୁଣ୍ଟ ହାସଲ କରିବା ପାଇଁ ଆଉ ୪ ବର୍ଷ ସମୟ ଲାଗିଥିଲା । ୨୦୨୧ ମେ’ ୨୪ରେ ଏ ସଫଳତା ହାସଲ କରିଥିଲା ଭାରତୀୟ ପୁଞ୍ଜି ବଜାର । ଯଦିଓ ନିର୍ବାଚନ ସଂକ୍ରାନ୍ତୀୟ ଅନୁମାନଗୁଡ଼ିକ ମଧ୍ୟରେ ଗତ କିଛି ସପ୍ତାହ ହେବ ଭାରତୀୟ ପୁଞ୍ଜି ବଜାର ଦୋଳାୟମାନ ସ୍ଥିତିରେ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସକାରାତ୍ମକ ବିବୃତି ଇକ୍ୱିଟି ବଜାରରେ ଉତ୍ସାହ ବଢ଼ାଇଦେଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.