ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

‘ନିଜ ଲଢେଇରେ ଆମକୁ ଟାଣନି’, ଇସ୍ରାଏଲ ସହ ଯୁଦ୍ଧ ବେଳେ ହମାସକୁ ଇରାନର ସୁପ୍ରିମ ଲିଡରଙ୍କ ଝଟକା

ନୂଆଦିଲ୍ଲୀ,୧୫।୧୧: ଇସ୍ରାଏଲ ଓ ହମାସ ଭିତରେ ଯୁଦ୍ଧକୁ ବୁଧବାର ୪୦ ଦିନ ବିତିଛି। ଇସ୍ରାଏଲ ନିଜର ସବୁ ଶକ୍ତି ଲଗାଇ ହମାସ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ହମାସର ମିତ୍ର ବୋଲି କୁହାଯାଉଛି ଇରାନ କିନ୍ତୁ ନିଜର ହାତ ଟେକି ଦେଇଛି। ଏବେ ଇରାନ କହିଛି, ଆମେ ଆପଣଙ୍କ ପକ୍ଷରୁ ଇସ୍ରାଏଲ ସହିତ ଏହି ଯୁଦ୍ଧ ଲଢିପାରିବୁନି। 

ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲାହ ଖାମେନେଇଙ୍କ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଖାମେନେଇ ହମାସ ମୁଖ୍ୟଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ନଭେମ୍ବର ଆରମ୍ଭରୁ ଯେତେବେଳେ ଆମର ସାକ୍ଷାତ ହୋଇଥିଲା, ସେତେବେଳେ ଆପଣ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ଆକ୍ରମଣକୁ ନେଇ ଆମକୁ କିଛି କହିନଥିଲେ। ଏଭଳି ସ୍ଥିତିରେ ଆମେ ଆପଣଙ୍କ ପକ୍ଷରୁ ଏହି ଯୁଦ୍ଧରେ ସାମିଲ ହେବୁନି।

ଆୟାତେଲ୍ଲା ଅଲ୍ଲୀ ଖାମେନେଇ ଏନେଇ ଇସ୍ମାୟଲ ହାନିୟାହଙ୍କୁ କହିଛନ୍ତି, ଇରାନକୁ ହମାସକୁ ନିଜର ରାଜନୈତିକ ଓ ନୈତିକ ସମର୍ଥନ ଦେବା ଜାରି ରଖିବ, କିନ୍ତୁ ସିଧା ସଳଖ ଯୁଦ୍ଧରେ ସାମିଲ ହେବନି। ଖାମେନେଇ ଓ ହମାସ ମୁଖ୍ୟ ହାନିୟାଙ୍କ ଭିତରେ ୫ ନଭେମ୍ବରରେ ହୋଇଥିବା ସାକ୍ଷାତ ବେଳେ ଏହି ଚର୍ଚ୍ଚା ହୋଇଥିଲା। ଏହି ସାକ୍ଷାତ ସେତେବେଳେ ହୋଇଥିଲା, ଯେତେବେଳେ ଲେବାନାନ୍‌ରେ ହିଜବୁଲ୍ଲାହ ବର୍ତ୍ତମାନ ସମୟରେ ଯୁଦ୍ଧ କରିବନି ବୋଲି କହି ନିଜେ ପଛେଇ ଯାଇଥିବା ନେଇ ଘୋଷଣା କରିଥିଲା। ଦୁଇ ନେତାଙ୍କ ଭିତରେ କ’ଣ କଥା ହୋଇଥିଲା, ତା ଉପରେ କୌଣସି ସୂଚନା ସାମନାକୁ ଆସିନାହିଁ। କିନ୍ତୁ ଚର୍ଚ୍ଚା ହେଉଛି ହମାସ ମୁଖ୍ୟ ଯୁଦ୍ଧ ପାଇଁ ଇରାନକୁ ଅସ୍ତ୍ର ଦେବାକୁ ସାହାଯ୍ୟ ମାଗିଥିଲେ।

Copyright © 2022 - Summa Real Media Private Limited. All Rights Reserved.