ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଗାଜାର ଏକ ବିଦ୍ୟାଳୟ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ, ୧୧ ମୃତ, ୨୨ ଆହତ...

ନୂଆଦିଲ୍ଲୀ: ଗାଜାର ଉତ୍ତରାଞ୍ଚଳରେ ପୁଣି ଥରେ ଇସ୍ରାଏଲ ସେନା ଏକ ବଡ ଆକ୍ରମଣ କରିଛି । ଏଥର ଇସ୍ରାଏଲ ଉତ୍ତର ଗାଜାର ଏକ ବିଦ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ କରିଛି । ଏହି ଆକ୍ରମଣରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଏହି ଆକ୍ରମଣରେ ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି । ଉତ୍ତର ଗାଜାରେ ଅବସ୍ଥିତ ଏହି ବିଦ୍ୟାଳୟରେ ହଜାର ହଜାର ବିସ୍ଥାପିତ ପାଲେଷ୍ଟାଇନୀୟ ମାନେ ଆଶ୍ରୟ ନେଇଛନ୍ତି। 

ଏହାକୁ ନେଇ ଇସ୍ରାଏଲ ସୈନ୍ୟବାହିନୀ କହିଛି ଯେ, ସେଠାରେ ଉପସ୍ଥିତ ହାମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ଶରଣାର୍ଥୀ ଶିବିର ଉପରେ ସେମାନେ ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ଆତଙ୍କବାଦୀ ମାନେ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଇସ୍ରାଏଲ ସେନା ବାରମ୍ବାର ବିଦ୍ୟାଳୟ ଉପରେ ଆକ୍ରମଣ କରି ଦାବି କରିଛି ଯେ, ଆମ ଉପରେ ଆକ୍ରମଣ ଯୋଜନା କରିବା ପାଇଁ ହମାସ୍ ଯୋଦ୍ଧା ମାନେ ବିଦ୍ୟାଳୟ ଗୁଡ଼ିକୁ “କମାଣ୍ଡ୍ ସେଣ୍ଟର୍” ଭାବରେ ବ୍ୟବହାର କରୁଛନ୍ତି। 

ଏହି ସମୟରେ ମିଳିତ ଜାତିସଂଘ ରିପୋର୍ଟ କରିଛି ଯେ ଇସ୍ରାଏଲର ଆକ୍ରମଣରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ବୋମା ବିସ୍ଫୋରଣ ଏବଂ ଆକ୍ରମଣ କାରଣରୁ ହଜାର ହଜାର ପାଲେଷ୍ଟାଇନ ବାସୀ ଘର ଛାଡି ସ୍କୁଲରେ ରହୁଛନ୍ତି । ପ୍ରାୟ ଏକ ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧରେ ଗାଜାର ୨୪ ଲକ୍ଷ ଲୋକରୁ ୧୯ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ନୂତନ ଆକଳନ ଅନୁଯାୟୀ ବର୍ତ୍ତମାନସୁଦ୍ଧା ଗାଜା ଉପରେ ଇସ୍ରାଏଲ୍ ଆକ୍ରମଣରେ ୪୧୫୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୯୬ ହଜାରରରୁ ଅଧିକ ଆହତ ହୋଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.