କୋଲକାତା,୩।୮: ପଶ୍ଚିମବଙ୍ଗର କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ। ସହରରେ ଶନିବାର ଲଗାତାର ବର୍ଷା ପରେ କୋଲକାତା ଏୟାରପୋର୍ଟ ରନଓ୍ବେରେ ଭରି ଯାଇଥିଲା। ପ୍ରବଳ ବର୍ଷା କାରଣରୁ କୋଲକାତା, ହାଓ୍ବଡା, ସଲ୍ଟ ଲେକ୍ ଓ ବାରାକପୁର ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ପ୍ରବଳ ବର୍ଷା କାରଣରୁ କୋଲକାତା, ହାଓ୍ବଡା, ସଲ୍ଟ ଲେକ୍ ଓ ବାରାକପୁରରେ ପାଣିଭର୍ତ୍ତି ହୋଇ ରହିଥିଲା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ( ଆଇଏମ୍ଡି) କହିଛି ଏହି ସ୍ଥିତି ପୁରା ଦିନ ଲାଗି ରହିବ।
ପୋଲିସର କହିବା ଅନୁସାରେ, କୋଲକାତାର ମଧ୍ୟ ଓ ଦକ୍ଷିଣର କିଛି ଭାଗରେ ଜଳ ଭର୍ତ୍ତି ହୋଇ ରହିଛି। ତେବେ ଏଠାରେ ଯାତାୟତ ବାଧାପ୍ରାପ୍ତ ହୋଇନାହିଁ। ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି, କୋଲକାତାର ବହୁ ଭାଗରେ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ୭ ସେଣ୍ଟିମିଟର ବର୍ଷା ହୋଇଛି। ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଗଙ୍ଗା କ୍ଷେତ୍ରରେ ଲୋ ପ୍ରେସର ଏବେ ଅବପାତରେ ପରିଣତ ହୋଇଛି। ଧିରେ ଧିରେ ବିହାର ଓ ଉତ୍ତର ପ୍ରଦେଶ ଆଡକୁ ବଢୁଛି। ଏହା ସହ ପଶ୍ଚିମବଙ୍ଗର ଦକ୍ଷିଣ ଜିଲ୍ଲାରେ ସକ୍ରିୟ ମୌସୁମୀ କାରଣରୁ ବର୍ଷା ହୋଇଛି। ’
ଅଧିକାରୀଙ୍କ କହିବା ଅନୁସାରେ, ପଶ୍ଚିମବଙ୍ଗର ହାଓ୍ବଡା, ପଶ୍ଚିମ ବର୍ଦ୍ଧମାନ,ବୀରଭୂମ, ପୂର୍ବ ବର୍ଦ୍ଧମାନ, ହୁଗୁଳି, ନଦିଆ ତଥା ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ବଜ୍ରପାତ ସହିତ ଝଡ ଆସିବାର ଚେତାବନୀ ଦେଇଛି।